ଓମ୍‌ ଶାନ୍ତି ଯୋଗ ପୀଠରେ ଗୁରୁ ପୂର୍ଣ୍ଣିମା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରାଜେନ୍ଦ୍ର ପାର୍କଠାରେ ଓମ୍‌ ଶାନ୍ତି ଯୋଗ ପୀଠ ଦ୍ୱାରା ଗୁରୁ ପୂର୍ଣ୍ଣିମା ଦିବସ ପାଳନ କରାଯାଇଛି । ସକାଳେ ନିୟମିତ ଯୋଗ ଶିକ୍ଷା ପରେ ସଭାପତି ନାରାୟଣ ପାଢୀଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ଆରମ୍ଭ କରାଗଲା ଓ ଗୁରୁ ପୂର୍ଣ୍ଣିମାର ମହତ୍ୱ ଉପରେ ସଭାପତି ସଭ୍ୟମାନଙ୍କୁ ବୁଝାଇଥିଲେ । ସଂପାଦକ ଚୁଡେନ୍ଦ୍ର କୁମାର ବେହେରା, ଯୋଗ ଗୁରୁ ବିନୟ କୁମାର ମିଶ୍ରଙ୍କୁ ସଭା ମଂଚକୁ ଆମନ୍ତ୍ରଣ କରିଥିଲେ । ପ୍ରଥମେ ଗୁରୁ ରାମଦେବ ବାବାଙ୍କ ଫଟୋ ଚିତ୍ରରେ ଫୁଲମାଳ ଦେବା ପରେ ଯୋଗ ଗୁରୁ ବିନୟ ମିଶ୍ରଙ୍କୁ ଉପଢୌକନ ଓ ଫୁଲତୋଡା ଦେଇ ସମ୍ମାନୀତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଚିତ୍ତରଂଜନ ପଟେଲ, ସତ୍ୟନାରାୟଣ ନାଏକ, ଦେବୀ ପ୍ରସାଦ ଅଗ୍ରୱାଲ, ସାଜନ ଅଗ୍ରୱାଲ, ପ୍ରମୋଦ କୁମାର ଗୁରୁ, ସୁଦାମ ପ୍ରସାଦ ଅଗ୍ରୱାଲ, ସତ୍ୟାନନ୍ଦ ସାହୁ, ଜଗଦିଶ ପ୍ରସାଦ ଅଗ୍ରୱାଲ ଓ ଆଲୋକ ରଂଜନ । ଶେଷରେ ସହସଂପାଦକ ରୋହିତ କୁମାର ଶତପଥି ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.