ସିଭିଲ କୋର୍ଟ ପରିସରରେ ସିନିୟର ସିଭିଲ ଜଜ୍‌ଙ୍କ ପେପରଲେସ୍‌ କୋର୍ଟ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ଆଜି ସକାଳ ୯. ୩୦ରେ ସିନିଅର ସିଭିଲ ଜଜ୍‌ଙ୍କ ପେପରଲେସ୍‌ କୋର୍ଟ ଉଦ୍‌ଘାଟିତ ହୋଇଯାଇଛି । ଆଭାସି ମାଧ୍ୟମରେ ଏହାକୁ ଉଦ୍‌ଘାଟନ କରିଛନ୍ତି ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଡ଼. ଜଷ୍ଟିସ୍‌ ଏସ୍‌ ମୁରଲୀଧର, ବଲାଙ୍ଗିର ସିଭିଲ କୋର୍ଟ ପରିସରରୁ ଜିଲ୍ଲା ଓ ଦୌରାଜଜ୍‌ ଲଲାଟେନ୍ଦୁ ଜେନା, ଜିଲ୍ଲା ଓକିଲ ସଂଘର ସଭାପତି ଅମରେଶ ତ୍ରିପାଠୀ, ସଂପାଦକ ଅମନ ନାଗ, ସିଭିଲ କୋର୍ଟ ରେଜିଷ୍ଟ୍ରାର ଚରଣଜିତ ଓରାମ ସିନିଅର ସିଭିଲ ଜଜ୍‌ ଜ୍ୟୋତି ରଂଜନ ଦାସ ଓ ଅନ୍ୟାନ୍ୟ ବିଚାରପତି ପ୍ରମୁଖ ଯୋଗ ଦେଇଥିଲେ । ପ୍ରକାଶ ଥାଉକି ଓଡ଼ିଶାର ୨୦ଟି ଜିଲ୍ଲାରେ ୫୦ଟି କୋର୍ଟକୁ ପେପରଲେସ୍‌ କରାଯାଇଛି । ସିଷ୍ଟମ ଅଫିସର୍‌ ଅନିଲ ଦାସ, ସିଷ୍ଟମ ଏସିଷ୍ଟାଣ୍ଟ ହିମାଂଶୁ ରାଏ, କୋର୍ଟ ମ୍ୟାନେଜର ସୁମନ ଆଚାର୍ଯ୍ୟା, ଡେପୁଟି ଏଡ଼୍‌ମିନିଷ୍ଟ୍ରେଟର ଶୁଭ୍ରାଂଶୁ ବାଗ, ଏସିଷ୍ଟାଣ୍ଟ ଏଡ଼୍‌ମିନିଷ୍ଟ୍ରେଟର ସୁବ୍ରତ କୁମାର ମିଶ୍ର ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

Leave A Reply

Your email address will not be published.