oom

ଗଞ୍ଜାମରେ ଜଗନ ବାବୁ ଜଣେ ଭୀଷ୍ମ ପିତାମହ ସଦୃଶ ଥିଲେ : ଲୋକ ସମ୍ପର୍କ ଅଧିକାରୀ

jsmm

• ବରିଷ୍ଠ ସାମ୍ବାଦିକ ଡ଼ଃ. ଜଗନମୋହନ ମହାପାତ୍ରଙ୍କ ବିୟୋଗରେ ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ଗଭୀର ଶୋକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବରିଷ୍ଠ ସାମ୍ବାଦିକ ଦୈନିକ ଖବରକାଗଜ “ସକାଳ” ବ୍ରହ୍ମପୁର ସଂସ୍କରଣ ଦାୟିତ୍ୱ ବହନ କରି ଆସିଥିବା ମୁଖ୍ୟ ଡ଼ଃ. ଜଗନ ମୋହନ ମହାପାତ୍ରଙ୍କ ଅକାଳ ବିୟୋଗରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ଅପୂରଣୀୟ କ୍ଷତି ଘଟିଛି ବୋଲି ବିଭିନ୍ନ ମହଲରେ ବର୍ଣ୍ଣନା କରାଯାଇଛି । ଛତ୍ରପୁର ପ୍ରେସ କ୍ଳବ ପକ୍ଷରୁ ମଧ୍ୟ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି । ପ୍ରେସକ୍ଳବର ସଭାପତି ପ୍ରଶାନ୍ତ ମହାରଣା ସଭାପତିତ୍ୱ କରିଥିଲେ । ଗଞ୍ଜାମ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଶୋକସଭାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଡ଼ଃ ଜଗନ ମୋହନ ବାବୁ ଜଣେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ ବୋଲି କହି ତାଙ୍କୁ ଗଞ୍ଜାମର ସେ ଜଣେ ଭୀଷ୍ମ ପିତାମହ ସଦୃଶ ବୋଲି ଶ୍ରୀ ବେହେରା ଆଖ୍ୟା ଦେଇଛନ୍ତି । ଖବରକାଗଜ ମାଧ୍ୟମରେ ସେ ସବୁବେଳେ ଦକ୍ଷିଣ ଓଡ଼ିଶାର ଐତିହ୍ୟ, ସାହିତ୍ୟ, ସଂସ୍କୃତି, ଚଳଣିକୁ ସ୍ଥାନଦେବା ନିମନ୍ତେ ପ୍ରୟାସ ଜାରି ରଖିଆସିଥିଲେ ବୋଲି ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କହିଛନ୍ତି । ସାମ୍ବାଦିକତା ଓ ନାଟକ/ଅଭିନୟ କଳାରେ ସେ ବେଶ ଦକ୍ଷତା ପାରଦର୍ଶିତା ଅର୍ଜନ କରିଥିଲେ ବୋଲି ତାଙ୍କ ଭୂୟସୀ ବର୍ଣ୍ଣନା କରାଯାଇଛି । ବରିଷ୍ଠ ସାମ୍ବାଦିକ ରବିନ୍ଦ୍ର କୁମାର ପଣ୍ଡା, ରବୀନ୍ଦ୍ରନାଥ ପଣ୍ଡା, କେ.ସତ୍ୟନାରାୟଣ ରେଡ୍ଡୀ, ବସନ୍ତ ମହାରଣା ପ୍ରମୁଖ ଡ଼ଃ.ମହାପାତ୍ରଙ୍କ ଜୀବନ ଶୈଳୀ ଉପରେ ପ୍ରତିପାଦନ କରିଥିଲେ । ସ୍ୱର୍ଗତ ଆତ୍ମାଙ୍କ ସଦ୍‌ଗତି ନିମନ୍ତେ ଦୁଇ ମିନଟ୍‌ ନୀରବ ପ୍ରାର୍ଥନା କରାଯାଇ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରାଯାଇଥିଲା । ଉପସଭାପତି ଦିଲ୍ଲୀପ କୁମାର ସାମଲ ଓ ସୁଧୀର କୁମାର ନାହାକ, କୋଷାଧ୍ୟକ୍ଷ ସରୋଜ କୁମାର ସାମଲ, କାର୍ଯ୍ୟକାରିଣୀ ସଦସ୍ୟ କ୍ଷୀରୋନ୍ଦ୍ର ଚନ୍ଦ୍ର ସାହୁ, ସନ୍ତୋଷ କୁମାର ମିଶ୍ର, ସନ୍ତୋଷ କୁମାର ସାହୁ, ଦେବବ୍ରତ ପଣ୍ଡା, ପ୍ରଦୀପ କୁମାର ସାହୁ, ସନ୍ତୋଷ କୁମାର ସାହୁ, ଗୌର ପ୍ରସାଦ ମହାପାତ୍ର, କେ.ରମେଶ, ଅମିତ ରାଉଳ, କିଶୋର ଚନ୍ଦ୍ର ମହାନ୍ତିଙ୍କ ସମେତ ଛତ୍ରପୁରର ବହୁ ସାମ୍ବାଦିକଗଣ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.