oom

ବିଜ୍ଞାନ ଶିକ୍ଷକଙ୍କୁ ମେଲାଣି ଦେଲେ ଗ୍ରାମବାସୀ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଗୁଦେରପାଲି ବାପୁଜୀ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଚନ୍ଦ୍ରମଣି ସାହୁ ଯିଏକି ଗତ ଶୁକ୍ରବାର ଦିନ ଅବସର ଗ୍ରହଣ କରିଥିଲେ । ତାଙ୍କୁ ଆଜି ବିଧିବଦ୍ଧ ଭାବେ ଗାଁର ଭଦ୍ରବ୍ୟକ୍ତି, ପୁରାତନ ଛାତ୍ରଛାତ୍ରୀ, ସ୍କୁଲ ପରିଚଳନା କମିଟି ଏବଂ ବିଦ୍ୟାଳୟର ଆଗରୁ ଅବସର ନେଇ ସାରିଥିବା ସମସ୍ତ ଶିକ୍ଷକ ବିଦାୟୀ ବିଜ୍ଞାନ ଶିକ୍ଷକ ଶ୍ରୀ ସାହୁଙ୍କୁ ଆଞ୍ଚଳିକ ବାଜା ବଜାଇ ଗାଁରେ ରୋସିଆଣି କରି ତାଙ୍କ ପୈତୃକ ଗ୍ରାମ ପଦ୍ମପୁର ଉପଖଣ୍ଡ ଟାଲ ଗ୍ରାମକୁ ନେଇ ଛାଡିଥିଲେ । ଗାଁରେ ପହଞ୍ଚାଇବା ପରେ ତାଙ୍କ ବନ୍ଧୁବାନ୍ଧବ ଏବଂ ଗ୍ରାମବାସୀ ମଧ୍ୟ ତାଙ୍କୁ ସ୍ୱାଗତ କରି ପାଛୋଟି ନେଇଥିଲେ । ବିଜ୍ଞାନ ଶିକ୍ଷକ ଶ୍ରୀ ସାହୁ ୧୯୮୫ ମସିହାରୁ ଏହି ବାପୁଜୀ ହାଇସ୍କୁଲରେ ଯୋଗଦାନ କରି ଶିକ୍ଷକତା କରିଥିଲେ ଏବଂ ଦୀର୍ଘ ୩୮ ବର୍ଷ ଚାକିରି ପରେ ଅବସର ନେଇଛନ୍ତି । ସେ ଜଣେ କର୍ତ୍ତବ୍ୟ ନିଷ୍ଠ, ଛାତ୍ର ବତ୍ସଳ ଶିକ୍ଷକ ଥିଲେ । ଶିକ୍ଷକ ଶ୍ରୀ ସାହୁଙ୍କୁ ତାଙ୍କ ପୈତୃକ ଗ୍ରାମରୁ ଛାଡି ଆସିବା ବେଳେ କିଛି ସମୟ ପାଇଁ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଥିଲା । ଚାଷୀ ନେତା କିଶୋର ଚନ୍ଦ୍ର ଦେବତା, ସରପଞ୍ଚ ରାମଚନ୍ଦ୍ର ପାତ୍ର, ସାମ୍ବାଦିକ ରିଙ୍କୁ ଦେବତା, ନିର୍ମଲ ନାୟକ, ଝସକେତନ ପଧାନ, ଦେବନ୍ତ ବିଶ୍ବାଳ, ଦିନେଶ ଶତପଥି, ନେରେଶ ପାତ୍ର, ନରସିଂହ ପ୍ରଧାନ, ୱାର୍ଡ ସଭ୍ୟ ଦିପ୍ତି ବିଶ୍ବାଳ, ପୁରାତନ ଛାତ୍ରଛାତ୍ରୀଙ୍କ ସମେତ ପରିଚାଳନା କମିଟିର ସମସ୍ତ ସଦସ୍ୟ ଅଂଶଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.