oom

ବଲାଙ୍ଗିର ବିଧାୟକଙ୍କ ଦ୍ୱାରା ସହରର ପିପି ଏକାଡେମୀ ଛକରୁ ଲକ୍ଷ୍ମୀନଗର ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ପିପି ଏକାଡେମୀ ଛକଠାରୁ ମହାଲକ୍ଷ୍ମୀ ନଗର ପର୍ଯ୍ୟନ୍ତ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ କରକମଳରେ ଅନୁଷ୍ଠିତ ହୋଇଯାଇଛି । ପାଖାପାଖି ୫୦୦ ମିଟର ଏହି ରାସ୍ତା ନିର୍ମାଣ ପାଇଁ ପଡାଲୋକେ ବହୁ ଦିନରୁ ଦାବୀ କରି ଆସୁଥିଲେ । ତେଣୁ ଲୋକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ରାସ୍ତାକୁ ପୁର୍ତ୍ତ ବିଭାଗକୁ ଯେପରି ହସ୍ତାନ୍ତରିତ ହୋଇ ପାରିବ ସେ ଉପରେ ବିଧାୟକ ଶ୍ରୀ ମିଶ୍ର ପଦକ୍ଷେପ ଗ୍ରହଣ କରିଥିଲେ । ୧ କୋଟି ଚାରି ଲକ୍ଷ ଟଙ୍କାର ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ଏହି ରାସ୍ତା ସହିତ ଡ୍ରେନ ମଧ୍ୟ ନିର୍ମାଣ ହେବ । ରାସ୍ତାର ଗୁଣବତ୍ତା ସହ ଡ୍ରେନର ପାଣି ଯେପରି ଉପର ମୁଣ୍ଡରୁ ତଳ ପର୍ଯ୍ୟନ୍ତ ଠିକ୍‌ ଭାବରେ ଯାଇପାରିବ ସେ ଉପରେ ନିମାର୍ଣକାରୀ ସଂସ୍ଥାକୁ ବିଧାୟକ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ରାସ୍ତା ନିର୍ମାଣ କାମ ଯେପରି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ ହେବ, ସେ ଦିଗରେ ବିଭାଗୀୟ ଯନ୍ତ୍ରୀ, ନିର୍ମାଣକାରୀ ସଂସ୍ଥା ଓ ସ୍ଥାନୀୟ ବାସିନ୍ଦା ସମନ୍ୱୟ ରକ୍ଷା କରିବେ ବୋଲି ବିଧାୟକ ଶ୍ରୀ ମିଶ୍ର ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ପ୍ରଦାନ କରିଛନ୍ତି । ଏହା ସହ ଆଗାମୀ ଦିନରେ ସହର ମଧ୍ୟରେ ବାକି ରହିଯାଇଥିବା କିଛି ରାସ୍ତା ପୁର୍ତ୍ତ ବିଭାଗକୁ ହସ୍ତାନ୍ତର ପାଇଁ ପଦକ୍ଷେପ ନିଆଯାଉଛି ବୋଲି ଶ୍ରୀ ମିଶ୍ର କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ କଂଗ୍ରେସ ଉପସଭାପତି ସନ୍ତକ ବହିଦାର, ମନୀଷ ମିଶ୍ର, ଅଜୟ ତ୍ରିପାଠୀ, ମନୋଜ ପଟ୍ଟନାୟକ, ଜୁଲୁ ପଟ୍ଟନାୟକ, ଜୁଲୁ ମିଶ୍ର, ସନୋଜ ପଟ୍ଟନାୟକ, ଲୋପନ ମିଶ୍ର, ଅଙ୍କିତ ସାହୁ, ନିତିଶ ପ୍ରଧାନ, ଅସିତ ମିଶ୍ର, ମଧୁ ନାଗ, ଆକବର ଖାନ, ରାଜେଶ ହୋତା, ମାନସ ମହାନ୍ତି, ଅମୀୟ ମିଶ୍ର, ସୋମ୍ୟଦୀପ ସରାଫ, ତୁଷାର କୁମ୍ଭାର, ସଞ୍ଜୟ ମିଶ୍ର, ସମୀର କୁମ୍ଭାର ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.