ଶିଶୁ ଶ୍ରମିକ ମୁକ୍ତ ଓଡିଶା ସଂକଳ୍ପ ନେଇ ଆରମ୍ଭ ହୋଇଛି ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ୟ୍ୟକ୍ରମ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ବଲାଙ୍ଗିର ଜିଲ୍ଲା ପ୍ରଶାସନ, ଏଡ଼ଏଟ୍ଏକ୍ସନ୍ ଓ ୟୁନିସେଫ ଦ୍ୱାରା ଟିଟଲାଗଡ ମ୍ୟୁନିିସିପାଲିଟି କାର୍ୟ୍ୟାଳୟ ଠାରେ ସମସ୍ତ ଦାୟିତ୍ୱ ସଂପନ୍ନ ଗୋଷ୍ଠୀଙ୍କୁ ନେଇ ଶିଶୁ ଶ୍ରମିକ ଉପରେ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଟିଟିଲାଗଡ଼ ପୌର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବୀ ଜୈନ୍, ଉପାଧ୍ୟକ୍ଷା ଶ୍ରୀମତୀ ପୁଷ୍ପମଞ୍ଜରି ଜାଲ୍, ଉପଖଣ୍ଡ ଶ୍ରମ ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ଏସ୍‌ଡିପିଓ ଶ୍ରୀମତୀ ଅଙ୍କିତା କୁମ୍ଭାର , ସହକାରୀ ଜିଲ୍ଲପାଳ ଚନ୍ଦ୍ର କୁମାର ବେହେରା, ପୌର କାର୍ୟ୍ୟନିର୍ବାହୀ ଅଧିକାରୀ ବିପିନ ବିହାରୀ ଦୀପ, ସିଡ଼ିପିଓ ଶ୍ରୀମତୀ କାନ୍ତିଲତା ସାହୁ, ଜିଲ୍ଲା ସଂଯୋଜିକା ସୁଶ୍ରୀ ସନ୍ଧ୍ୟାରାଣୀ ପତି, ବିଭିନ୍ନ ୱାର୍ଡର କାଉନସିଲର, ସ୍ଵୟଂ ସହାୟକ ମହିଳା ସଂଘ, ଅଙ୍ଗନୱାଡି କର୍ମୀ, ବ୍ୟବସାୟିକ ସଂଘ ଯୋଗ ଦେଇ ସଭା ଆଗେଇ ନେଇଥିଲେ। ପୌର କାର୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦୀପ କାର୍ୟ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶ୍ରମ ଅଧିକାରୀ ଶ୍ରୀ ବେହେରା ଶିଶୁ ଶ୍ରମିକ ଆଇନ ବିଷୟରେ ବୁଝେଇବା ସହ ଶିଶୁ ଶ୍ରମିକକୁ ନିୟୋଜିତ କରୁଥିବା ବ୍ୟକ୍ତିକୁ ୫୦ହଜାର ଟଙ୍କା ଜୋରିମାନା ସହ କାରାଦଣ୍ଡ ମଧ୍ୟ ଭୋଗିବାକୁ ପଡ଼ିଥାଏ ବୋଲି ସୂଚନା ଦେଇଥିଲେ । ଏଡ଼ଏଟଏକ୍ସନ୍‌ର ଜିଲ୍ଲା ସଂଯୋଜକ ସୁଶ୍ରୀ ସନ୍ଧ୍ୟାରାଣୀ ପତି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ନିର୍ଦେଶାବଳୀ ବିଷୟରେ କହିଥିଲେ । ପୌର ଅଧ୍ୟକ୍ଷା ଶ୍ରୀମତୀ ଜୈନ୍ ଟିଟିଲାଗଡ ଅଂଚଳରେ ପୋଷ୍ଟର, ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ସୂଚନା ଦେବା ସହ କିପରି ଭାବରେ ଶିଶୁ ଶ୍ରମିକ ମୁକ୍ତ ହେବ ତାହା ବିଷୟ ରେ ଆଲୋକପାତ କରି ଥିଲେ । ଏସ୍‌ଡିପିଓ ଶିଶୁ ଶ୍ରମିକକୁ ବନ୍ଦ କରିବା ପକ୍ଷରେ ପୋଲିସର ଭୂମିକା ବିଷୟରେ ବୁଝାଇଥିବା ବେଳେ ଆଇନ କଡାକଡି ଭାବରେ କାର୍ୟ୍ୟକାରୀ କରାଯିବ ସେହି ବିଷୟ ରେ ବୈଠକରେ ନିଷ୍ପତି ନିଆଗଲା । ବୈଠକରେ ଆସିଥିବା ବିଭିନ୍ନ ବ୍ୟବସାୟିକ ସଂଘ ନିଜ ମତାମତ ପ୍ରକାଶ କରିଥିଲେ ଓ ଏହା ପରେ ସନ୍ଧ୍ୟାରାଣୀ ପତି ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ ହୋଇଥିଲା ।

Leave A Reply

Your email address will not be published.

19 − 10 =