csstore

ନଭେମ୍ବରରେ ହେବ ଚନ୍ଦ୍ରମଣି ନାଟ୍ୟ ସଂଘ ଶତ ବାର୍ଷିକୀ ଉତ୍ସବ : ପ୍ରସ୍ତୁତି ବୈଠକ ରେ ଯୋଗ ଦେଲେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ ରଥ

ମ.ରାମପୁର, (ହେମନ୍ତ ସାହୁ) : ଓଡ଼ିଶାର ଅନ୍ୟତମ ଅଗ୍ରଣୀ ସଂଗଠନ ଚନ୍ଦ୍ରମଣି ନାଟ୍ୟ ସଂଘର ଶତ ବାର୍ଷିକୀ ଉତ୍ସବ ଆସନ୍ତା ନଭେମ୍ବର ମାସରେ ମହା ସମାରୋହରେ ପାଳିତ ହେବ । ଏହି ଉତ୍ସବର ପ୍ରସ୍ତୁତି ବୈଠକରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଚିବ ପ୍ରବୋଧ କୁମାର ରଥ ଯୋଗ ଦେଇ ଏହାକୁ ରାଜ୍ୟ ସ୍ତରୀୟ ମହୋତ୍ସବ ଭାବରେ ପାଳନ କରିବାକୁ ମତ ଦେଇଥିଲେ । ଏଥି ସହିତ ଉକ୍ତ ଉତ୍ସବ ଦୁଇ ଦିନ ଧରି ବିଭିନ୍ନ କାର୍ୟ୍ୟକ୍ରମ ସହିତ ପାଳନ କରାଯିବା ନେଇ ଆଲୋଚନା ହୋଇଛି । ଏହି ଅବସରରେ ଏକ ସ୍ମରଣିକା ପ୍ରସ୍ତୁତି ହେବ ବୋଲି ଜଣାଯାଇଛି । ମ.ରାମପୁର ଶ୍ରୀରାମ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସଭାପତି ପଦ୍ମଲୋଚନ ମିଶ୍ର ସଭାପତିତ୍ୱ କରିଥିଲେ । ସଂଘ ତରଫରୁ ସାଂସ୍କୃତିକ ସମ୍ପାଦକ ଶ୍ରୀପତି ପଟ୍ଟନାୟକ ସଙ୍ଗୀତ ନାଟକ ଏକାଡେମୀ ସଚିବଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିବା ବେଳେ ସ୍ୱାଗତ ଅଭିଭାଷଣ ଓ ଧନ୍ୟବାଦ ଅର୍ପଣ ସମ୍ପାଦକ ହେମନ୍ତ ସାହୁ ଦେଇଥିଲେ । ପରିଚାଳନା କମିଟି ଓ ଶତ ବାର୍ଷିକୀ ପାଳନ କମିଟି ସଦସ୍ୟଙ୍କୁ ନେଇ ଅନୁଷ୍ଠିତ ଏହି ବୈଠକରେ ସଂଘର ବରିଷ୍ଠ ସଦସ୍ୟ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରାସାଦ ଆଚାର୍ୟ୍ୟ, ଜୀବେଶ କୁମାର ପଣ୍ଡା, ବିକାଶ ରଞ୍ଜନ ସିଂହ ଦେଓ, ରଜନୀ କାନ୍ତ ବଗର୍ତ୍ତି, ଶ୍ରୀକାନ୍ତ ହୋତା, ଦେବେଶ ମାଧବ ସିଂହ ଦେଓ, ସପନ ପଟ୍ଟନାୟକ,ରମାକାନ୍ତ ପ୍ରହରାଜ, ରାକେଶ ଶତପଥି, ରଶ୍ମି ରଂଜନ ପ୍ରହରାଜ, ଉପେନ୍ଦ୍ର ମହାଖୁଡ଼, ପ୍ରଦୀପ ସିଂ (ବଡ଼ ବାବୁ), ଦେବେନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ ।

jayashree
Leave A Reply

Your email address will not be published.