csstore

ବାହୁଡା ଯାତ୍ରା ଉପଲକ୍ଷେ ପ୍ରସାଦ ଓ ଶୁଦ୍ଧ ପାନୀୟ ବଣ୍ଟନ

ରାଉରକେଲା, (ସସ୍ମିତା ପ୍ରଧାନ) : ପବିତ୍ର ବାହୁଡା ଯାତ୍ରା ଉପଲକ୍ଷେ କୋଏଲ ନଗର ସ୍ଥିତ ହନୁମାନ ମନ୍ଦିର ନିକଟରେ ମନ୍ଦିର କମିଟି ଓ ଭଜକୃଷ୍ଣ ସାରସ୍ୱତ ସ୍ମୃତି ସଂସଦ ରାଉରକେଲା ତରଫରୁ ସହସ୍ରାଧିକ ଭକ୍ତଙ୍କ ମଧ୍ୟରେ ପ୍ରସାଦ ଓ ଶୁଦ୍ଧ ପାନୀୟ ବଣ୍ଟନ କରାଯାଇଥିଲା । ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ଏହି କାର୍ୟ୍ୟକ୍ରମରେ ସସ୍ମିତା ପ୍ରଧାନ, ବି ବି ତ୍ରିବେଦୀ, ବିଜୟ କୁମାର ଦାସ, ମାନଭଞ୍ଜନ ପଣ୍ଡା, ରଜତ ମହାପାତ୍ର, ଗୌରୀଶଙ୍କର ମିଶ୍ର, ସ୍ୱର୍ଣ୍ଣ ସାମଲ, ଧରିତ୍ରୀ ଦାସ, କୁଞ୍ଜବିହାରୀ ରାଉତ ପ୍ରମୁଖ ଉପସ୍ଥିତ ରହି କାର୍ୟ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.