p purohi

ଦିବଙ୍ଗତ ଅବସରପ୍ରାପ୍ତ ଖେଳ ଶିକ୍ଷକ ସାରଦା ସିଂହଙ୍କୁ ଶ୍ରଦ୍ଧାଞ୍ଜଳି

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଟେମରୀ ହାଇସ୍କୁଲର ଅବସରପ୍ରାପ୍ତ ଖେଳ ଶିକ୍ଷକ ସାରଦା ସିଂହଙ୍କ ଏକାଦଶାହ ଅବସରରେ ତାଙ୍କ ବାସଭବନଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଟେମରୀ ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦର ପୂର୍ବତନ ଆବାହକ ଦିଲ୍ଲୀପ ବେହେରା ସଭାପତିତ୍ୱ କରିଥିଲେ । ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ସ୍ୱର୍ଗତ ସାରଦା ସିଂହଙ୍କ ଫଟୋଚ୍ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ । ସ୍ୱର୍ଗତ ସାରଦା ସିଂହ ଖେଳ ଶିକ୍ଷକ ଭାବେ ତାଙ୍କ ଶିକ୍ଷକତା ଜୀବନ ମଧ୍ୟରେ ଅଞ୍ଚଳର ଜନ ସାଧାରଣଙ୍କ ସହିତ ଭଦ୍ରତା ଓ ନିଷ୍ଠାବାନ ବ୍ୟକ୍ତିତ୍ୱର ପରିଚୟ ସୃଷ୍ଟି କରିଥିଲେ ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ମତ ପ୍ରକାଶ ପାଇଥିଲା । ଶ୍ରଦ୍ଧାଞ୍ଜଳିରେ ବାଦିକଟା ହାଇସ୍କୁଲ ଶିକ୍ଷକ ଫକୀର ମୋହନ ରଣା, ସତ୍ୟ ନାରାୟଣ ତ୍ରିପାଠୀ, ଦୈତାରୀ ସ୍ୱାଇଁ, ଲମ୍ବୋଦର ଶତପଥି, ତୁକାରାମ ଠାକୁର, ମୋହନ ଡନସନା, ବିପିନ ବିହାରୀ ଠାକୁର, ଟଙ୍କଧର ପ୍ରଧାନ, ଜ୍ୟୋତିର୍ମୟ ସାହୁ, ଭୁବନେଶ୍ୱର ପ୍ରଧାନ, ବଳରାମ ପୁରୋହିତ, ଦେବାର୍ଚନ ସାହୁ, କିଶୋର ରଣା, ଚୁଡାମଣି ପାଣିଗ୍ରାହୀ, କିଶୋର ରଣା, ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ପାଣିଗ୍ରାହୀ, ଗୋବିନ୍ଦ ପାଣିଗ୍ରାହୀ, କେନାଲ ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନଙ୍କ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶୋକବ୍ୟକ୍ତ କରିଥିଲେ ।

nrusinghnath
Leave A Reply

Your email address will not be published.