p purohi

ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରଗାଁର ବାର୍ଷିକ ଉତ୍ସବ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରଗାଁର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷକ କୈସ୍‌ ରସୁଲ ଖାନ୍‌ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା କଳାକାର ଗୋଲାପ ବାଗ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷା ସହିତ ସହ ପାଠ୍ୟକ୍ରମର ଉପାଦେୟତା ବାବଦରେ ଛାତ୍ରଛାତ୍ରୀଙ୍କୁ ଧାରଣା ଦେଇଥିଲେ । ବିଦ୍ୟାଳୟର ସହ ଶିକ୍ଷକ ରବି ନାରାୟଣ ପୁରୋହିତ ସ୍ୱାଗତ ଭାଷଣ ଦେଇଥିଲେ ଏବଂ ପୁରସ୍କାର ବିତରଣରେ ସହଯୋଗ କରିଥିଲେ । ବିଦ୍ୟାଳୟ କମିଟିର ଚେୟାରମେନ ପୁଷ୍ପା ଭୁଏ, ସଭ୍ୟ ଦିର୍ଜୁ ସାହୁ, ସହ ଶିକ୍ଷକ ମନୋଜ କୁମାର ବେହେରା ଏବଂ ଶିକ୍ଷୟତ୍ରୀ ଭାରତୀ ପରିଡା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ମନୋଜ କୁମାର ବେହେରାଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ରୋସନୀ ପଟେଲ, ଭାଗ୍ୟଶ୍ରୀ ପଟେଲ, ଦୀପକ ସାହୁ, ଅଙ୍କିତ ବଢେଇ, ଝରଣା ଗୁରୁ, ସୃତି କୁଅଁର, ସୁଚିସ୍ମିତା ନାଗ, ପଦ୍ମିନୀ ବାରିକ, ମନିଷା ବାରିକ, ନନ୍ଦିନୀ ବାରିକ, ସନ୍ତୋଷିନୀ ବାରିକ, ଦୀପନ ବିଶି, ପାୟଲ ପରିଣିତା ଭୋଇ, ଅର୍ପିତା, ସାଲିନୀ ଭୁଏ, ହିମାଂଶୁ ପଟେଲ ଏବଂ ରାହୁଲ ସାହୁ ଆଦି ପୁରସ୍କାର ଗ୍ରହଣ କରିଥିଲେ ।

nrusinghnath
Leave A Reply

Your email address will not be published.