ବେଆଇନ କଫ୍‌ ସିରପ୍‌ ବିକ୍ରି ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବେଆଇନ କଫ୍‌ ସିରପ୍‌ ବିକ୍ରି ଅଭିଯୋଗରେ ୩ ଅଭିଯୁକ୍ତଙ୍କୁ ବଲାଙ୍ଗିର ହାଟପଦାପଡ଼ାରୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ ପୋଲିସ । ଏସ୍‌ଡ଼ିପିଓ ତୋଫାନ୍‌ ବାଗ ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି । ଅଭିଯୁକ୍ତମାନଙ୍କ ଠାରୁ ୪୮ ବୋତଲ ଜେନେରକ୍ସ ସିଡ଼ି କଫ୍‌ ସିରପ୍‌, ୪ଟି ଜେନେରକ୍ସ ସିଡ଼ି କଫ୍‌ ସିରପ ଖାଲି ବୋତଲ, ୨ଟି ୫ଟି ଟାବ୍‌ଲେଟ୍‌ ଥିବା ଅଲ୍‌ଜେଟ୍‌-୦.୫ ଷ୍ଟ୍ରିପ୍‌, ଗୋଟିଏ ୧୦ଟି ଟାବ୍‌ଲେଟ୍‌ ଥିବା ଅଲ୍‌ଜେଟ୍‌-୦.୫ ଟେବ୍‌ଲେଟ୍‌ ଷ୍ଟ୍ରିପ୍‌, ୬୦୦ ଏମ୍‌ଏଲ୍‌ କମଳା ରଙ୍ଗର ପାଣି ଭର୍ତ୍ତି ଏକ ପ୍ଲାଷ୍ଟିକ୍‌ ବୋତଲ୍‌, ୮ଟି ୟୁଜ୍‌ ଏଣ୍ଡ୍‌ ଥ୍ରୋ ପେପର୍‌ ଗ୍ଲାସ୍‌ ସହ ନଗଦ ୩ ହଜାର ଟଙ୍କା ଜବତ୍‌ ହୋଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଗିରଫ୍‌ ଅଭିଯୁକ୍ତମାନେ ହେଲେ ହାଟପଦାପଡ଼ାର ତାଜୁ ଓରଫ୍‌ ରାଜେଶ କୁମାର ଜେନା(୨୪), ବ୍ରାହ୍ମଣପଡ଼ାର ସୋନୁ ଓରଫ୍‌ ସୋମ୍ୟରଂଜନ ପଟ୍ଟନାୟକ ଏବଂ ଦେଓଗାଁ ଥାନା ଅନ୍ତର୍ଗତ ସାଆନ୍ତମୁଣ୍ଡା ଗାଁର ଟିକୁ ମଟାରୀ(୨୨) ।

Leave A Reply

Your email address will not be published.