ଫେରାର୍‌ ଥିବା ଚିଟ୍‌କାମାଲ ହତ୍ୟା ମାମଲାର ୨ ଅଭିଯୁକ୍ତଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କଲା ଲରମ୍ଭା ପୋଲିସ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଫେରାର୍‌ ଥିବା ଚିଟ୍‌କାମାଲ ହତ୍ୟା ମାମଲାର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ୍‌ କରି କୋର୍ଟ ଚାଲାଣ କରିଛି ଲରମ୍ଭା ପୋଲିସ । ଏ ସଂପର୍କରେ ପାଟଣାଗଡ଼ ଏସ୍‌ଡ଼ିପିଓ ଜ୍ୟୋତିର୍ମୟ ଭୁକ୍ତା ସୂଚନା ପ୍ରଦାନ କରିଛନ୍ତି । ସୂଚନା ଅନୁସାରେ ଚିଟ୍‌କାମାଲ୍‌ ଡବଲ୍‌ ମର୍ଡର୍‌ କେସ୍‌ର ଦୁଇ ଜଣ ଅଭିଯୁକ୍ତ ଗତ ୨୦୧୯ ମସିହାରୁ ଫେରାର୍‌ ଥିବା ବେଳେ ସେମାନଙ୍କ ନାମରେ ଜାମିନ୍‌ ବିହୀନ ପର୍‌ୱାନା ଜାରି କରି ଗିରଫ୍‌ କରିବାରେ ଲରମ୍ଭା ପୋଲିସ ସଫଳ ହୋଇଛି । ସେମାନଙ୍କୁ ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ହାଜର୍‌ କରାଯାଇଥିବା ସୂଚନା ମିଳିଛି । ଗିରଫ୍‌ ଅଭିଯୁକ୍ତମାନେ ହେଲେ ଲରମ୍ଭା ଥାନା ଅନ୍ତର୍ଗତ ଚିଟ୍‌କାମାଲ୍‌ ନିବାସୀ ପାଲା ପୋଢ଼(୬୫) ଏବଂ ବୁଧୁ ଘିଭେଲା(୪୦) ।

Leave A Reply

Your email address will not be published.