ନିଟ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ବିବିନା ଆଦର୍ଶ ବିଦ୍ୟାଳୟର ଛାତ୍ର ଅଜୟଙ୍କ ସଫଳତା

ସଇଁନ୍ତଲା : ଦିନ ରାତି କଠିନ ପରିଶ୍ରମ, ଧର୍ଯ୍ୟ, ଆଶା, ବିଶ୍ୱାସ ମନରେ ଥିଲା ଦୃଢ଼ ସଂକଳ୍ପ । ବଡ଼ ହୋଇ ଲୋକଙ୍କ ସେବା ସହଯୋଗ କରିବି ବୋଲି ଆଶା ନେଇ ଦିନ ରାତି ଏକ କରି ପାଠ ପଢି ଏବେ ଜିଲ୍ଲା ତଥା ରାଜ୍ୟର ସମସ୍ତ ଆଦର୍ଶ ବିଦ୍ୟାଳୟ ମଧ୍ୟରେ ବିବିନା ଆଦର୍ଶ ବିଦ୍ୟାଳୟର ଛାତ୍ର ତଥା ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ଖଲାବାହାଲ ଗାଁର ବାପା ଜଗବନ୍ଧୁ ମେହେର ଓ ମାଆ ଜାହ୍ନବୀ ମେହେରଙ୍କ ପୁଅ ଅଜୟ ମେହେର ସର୍ବାଧିକ ନମ୍ବର ରଖି ସଫଳତା ହାସଲ କରି ଥିବା ନେଇ ଶୁଭେଚ୍ଛାର ସୁଅ ଛୁଟୁଛି । ନିଟ ପରୀକ୍ଷାରେ ସେ ୭୨୦ ରୁ ୬୬୨ ମାର୍କ ରଖି ଉଦାହରଣ ସୃଷ୍ଟି କରିଛନ୍ତି । ଅଜୟ ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ବିବିନା ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ୨ରେ ପାଠପଢୁଥିଲେ । ଦୃଢ ଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ବଳରେ ପ୍ରତ୍ୟେକ ଦିନ ୧୦ ଘଣ୍ଟା ପାଠ ପଢି ଭବିଷ୍ୟତ ରେ ଡାକ୍ତର ହେବା ଇଚ୍ଛା ଏହି ସ୍ଥାନକୁ ପହଁଚି କରିଛି । ହୃଦ ବିଶେଷଜ୍ଞ ହେବେ ବୋଲି ଲକ୍ଷ ରଖିଛନ୍ତି । ମାଆ, ବାପା, ସ୍କୁଲରେ ପଢ଼ାଉ ଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଭଲ ଶିକ୍ଷା ଦାନ ଯୋଗୁଁ ସଫଳତା ହାସଲ କରିପାରଇଥିବା ଅଜୟ କହିଛନ୍ତି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ଅଜୟଙ୍‌ଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଅଜୟ ନିଟ ପରୀକ୍ଷାରେ ସଫଳତା ହେବା ପରେ ପରିବାର ଲୋକଙ୍କ ମନରେ ଖୁସିର ଲହରି ଖେଳି ଯାଇଛି ।

Leave A Reply

Your email address will not be published.

error: Content is protected !!