lika

ମାରୱାଡି ୟୁବା ମଞ୍ଚ ବିକାଶ ଶାଖା ତରଫରୁ ରକ୍ତଦାନ ଶିବିର

gbag

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ଓଡ଼ିଶା ପ୍ରାନ୍ତୀୟ ମାରୱାଡି ୟୁବା ମଞ୍ଚ ନିର୍ଦ୍ଦେଶ ପୁରା ରାଜ୍ୟ ସାତ ଦିନ ଧରି ରାଜ୍ୟ ବ୍ୟାପୀ ରକ୍ତଦାନ ଶିବିରରେ ୨୫୦ ଶିବିର କରି ୧୧୧୧୧ ୟୁନିଟ ରକ୍ତଦାନ କରିବା ପାଇଁ ରାଜ୍ୟ ସଭାପତି ପରାଗ ଅଗ୍ରୱାଲ ନିର୍ଦେଶ ଅନୁଯାୟୀ ଆଜି ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ମାରୱାଡି ୟୁବା ମଞ୍ଚ ବିକାଶ ଶାଖା ତରଫରୁ ବଙ୍ଗୋମୁଣ୍ଡା ଅଗ୍ରସେନ ଭବନ ପରିସରରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୬୯ ଜଣ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଆୟୋଜିତ ଏହି ଶିବିରରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ବଙ୍ଗୋମୁଣ୍ଡା ସରପଞ୍ଚ ଅଜିତ କୁମାର ଯୋଶୀ, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଡ଼ଃ ନାରାୟଣ ମିଶ୍ର, ବିଶିଷ୍ଟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ବଙ୍ଗୋମୁଣ୍ଡା ମାରବାଡ଼ି ଯୁବାମଞ୍ଚର ସଭାପତି ସୁମିତ ଜୈନ, ସମ୍ପାଦକ ବିନୀତ ଅଗ୍ରୱାଲ, କୋଷାଧ୍ୟକ୍ଷ ସୁଭମ ଅଗ୍ରୱାଲ, ଆବାହକ ପ୍ରବୀଣ ଜୈନ ସମସ୍ତ ରକ୍ତଦାତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରକ୍ତଭଣ୍ଡାରରୁ ଡାକ୍ତର ବିଶ୍ୱମ୍ବର ମେହେର, କର୍ମଚାରୀ କୁନାଲ ଦାସ, ଶିବ କୁମାର ସାହୁ, ସୁନିତା ଭୋଇ, ପ୍ରଶାନ୍ତ କୁମାର ସାହୁ, ଗୁରୁବାରୁ ରଣା, ପ୍ରଦୀପ ମହାପାତ୍ର ସହଯୋଗ କରିଥିଲେ । ଏଥିରେ ପ୍ରାନ୍ତୀୟ ସହ ସମ୍ପାଦକ କାହ୍ନା ଅଗ୍ରୱାଲ, ପ୍ରାନ୍ତୀୟ ମଣ୍ଡଳୀୟ ଉପାଧ୍ୟକ୍ଷ ପଙ୍କଜ ଜୈନ, ସଙ୍ଗମ ଜୈନ, ଶୁଭମ ଅଗ୍ରୱାଲ, ବିକାଶ ଜୈନ, ସାହିଲ ଜୈନ, ରଜତ ଜୈନ, ବରିଷ୍ଠ ସଦସ୍ୟ ସନ୍ତୋଷ ଅଗ୍ରୱାଲ, ଅନିଲ ଜୈନ, ନରେଶ ଅଗ୍ରୱାଲଙ୍କ ସମେତ ମହିଳାମାନେ ସହଯୋଗୀ କରିଥିଲେ ।

babaa
Leave A Reply

Your email address will not be published.