କାର ଭିତରୁ ୭ ବର୍ଷର ଶିଶୁ ପୁତ୍ରର ମୃତଦେହ ଠାବ : ହତ୍ୟା ସନ୍ଦେହ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ନିକଟସ୍ଥ ଘଣ୍ଟବାହାଲି ଗ୍ରାମର ଗୋଟିଏ କାର ଭିତରୁ ୭ ବର୍ଷ ବୟସର ପିଲାର ମୃତଦେହ ଉଦ୍ଧାର ହୋଇଥିବା ଖବର ମିଳିଛି । ମୃତ ପିଲାର ନାମ ବେଦବ୍ୟାସ ଜାନି, ପିତା ଅନାମି ଜାନି । ଅପରାହ୍ନ ତିନିଟାରୁ ଘରୁ ଖେଳିବା ପାଇଁ ଯାଇଥିବା ବେଳେ କାର ଭିତରୁ କିପରି ତାଙ୍କର ମୃତଦେହ ମିଳିଲା, ଲୋକେ ତଥା ପରିବାର ବର୍ଗ ବୁଝିପାରୁ ନାହାନ୍ତି । ଦେହରେ ଖଣ୍ଡିଆ ଖାବରା ଚିହ୍ନ ଥିବା ଦେଖିବାକୁ ମିଳିଛି ବୋଲି ଉପସ୍ଥିତ ଥିବା ଲୋକେ କଥା ହେଉଛନ୍ତି । ଖେଳିବା ପାଇଁ କାହା ସଙ୍ଗେ ଯାଇଥିଲା ? କିପରି କାର ଭିତରୁ ତାଙ୍କ ମୃତଦେହ ମିଳିଲା ? କେଉଁ କାରଣରୁ ଏଭଳି ଅଘଟଣ ଘଟିଲା ? ତାହା ଏବେ ଚର୍ଚ୍ଚା ହେଉଛି । ପରିବାର ଲୋକଙ୍କ କାନ୍ଦରେ ଗାଁ ଫାଟି ପଡୁଛି । ପୋଲିସ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଥିବା ବେଳେ ତଦନ୍ତ ପରେ ଏ ବିଷୟରେ ଜଣାପଡିବ ବୋଲି କୁହାଯାଇଛି ।

Leave A Reply

Your email address will not be published.

error: Content is protected !!