csstore

ପଶ୍ଚିମ ଓଡ଼ିଶାରେ ଖରାଛୁଟି ଏକ ସପ୍ତାହ ବୃଦ୍ଧି ପାଇଁ ଦାବୀ କଲେ ଟ୍ଵିଟର ଗାର୍ଲ ଦୀପା : ମୁଖ୍ୟ ଶାସନ ସଚିବ କହିଲେ ସରକାର ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମର ସ୍ୱେଚ୍ଛାସେବୀ ପଶ୍ଚିମ ଓଡ଼ିଶାର ବିଭିନ୍ନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ତାହାର ସମାଧାନ କରିବାକୁ ଚେଷ୍ଟା କରିଥାନ୍ତି । ତାଙ୍କ ପ୍ରୟାସ ଦ୍ୱାରା ଅନେକ ସମସ୍ୟାର ସମାଧାନ ମଧ୍ୟ ହୋଇ କୋଟି କୋଟି ଟଙ୍କାର ଆର୍ଥିକ ଅନୁଦାନ ମଧ୍ୟ ପଶ୍ଚିମ ଓଡିଶା ପାଇପାରିଛି ।

ବର୍ତ୍ତମାନ ସମୟରେ ପଶ୍ଚିମ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି, ଲୋକେ ଅଂଶୁଘାତର ଶିକାର ମଧ୍ୟ ହେଉଛନ୍ତି । ଏଭଳି ସ୍ଥିତିରେ କୁନି କୁନି ଛାତ୍ରଛାତ୍ରୀମାନଙ୍କ ବୃହତ ସ୍ୱାର୍ଥ ଦୃଷ୍ଟିରୁ ଗ୍ରୀଷ୍ମ ଅବକାଶ ସମୟ ୧୯ ତାରିଖ ପରେ ଅନ୍ୟୁନ ଗୋଟିଏ ସପ୍ତାହ ବଢ଼େଇବା ପାଇଁ ଟ୍ୱିଟର ମାଧ୍ୟମରେ ଅନୁରୋଧ କରିଥିଲେ । ସେ ଲେଖିଥିଲେ ଯେ, ଭୌଗଳିକ ସ୍ଥିତି ଦୃଷ୍ଟିକୋଣରୁ ଉପକୂଳ ଓଡ଼ିଶା ଏବଂ ପଶ୍ଚିମ ଓଡ଼ିଶାର ପାଣିପାଗ ସମ୍ପୂର୍ଣ୍ଣ ଭିନ୍ନ ଅଟେ ତେଣୁ ଉଭୟ ପ୍ରାନ୍ତକୁ ସମାନ ଦୃଷ୍ଟିରେ ଦେଖିବା ଅନୁଚିତ ଅଟେ । ତେଣୁ ପିଲାମାନଙ୍କ ସୁରକ୍ଷା ଦୃଷ୍ଟିରୁ ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ଅବକାଶ ସମୟକୁ ଗୋଟିଏ ସପ୍ତାହ ବଢ଼େଇବା ପାଇଁ ଗତକାଲି ରାତିରେ ଅନୁରୋଧ କରିଥିଲେ ଯାହାକୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଅତ୍ୟନ୍ତ ଗୁରୁତ୍ୱର ସହ ଗ୍ରହଣ କରି ଉତ୍ତର ରଖିଛନ୍ତି ଯେ, ରାଜ୍ୟ ସରକାର ଏହା ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି । ଯେହେତୁ ପାଣିପାଗ ବଦଳିଥାଏ ଆବଶ୍ୟକ ସ୍ଥଳେ ପଦକ୍ଷେପ ଗ୍ରହଣ କରାଯାଇପାରେ ବୋଲି ସୂଚନା ରହିଛି । ବାସ୍ତବିକ ଭାବେ ଦେଖିବାକୁ ଗଲେ ଉପକୂଳର୍ବୀ ଜିଲ୍ଲା ଏବଂ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲ୍ଲାମାନଙ୍କୁ ତୁଳନା କରାଗଲେ ସ୍ପଷ୍ଟ ଭାବରେ ଜଣାଯାଏ ଯେ, ପଶ୍ଚିମ ଓଡ଼ିଶାରେ ତାପମାତ୍ରା ବହୁତ ଅଧିକ ରହୁଛି । ଏଭଳି ସ୍ଥଳରେ କେବଳ ଭୁବନେଶ୍ୱରର ସ୍ଥିତିକୁ ଦେଖି ରାଜ୍ୟ ସାରା ନିଷ୍ପତ୍ତି ନେବା ଭୁଲ ଅଟେ, ଏଥିପାଇଁ ପଶ୍ଚିମ ଓଡ଼ିଶାର ଲୋକଙ୍କ ମଧ୍ୟରେ ଅକ୍ରୋଶ ଭାବନା ଦେଖିବାକୁ ମିଳେ ।

ଏଭଳି ସ୍ଥଳରେ ପଶ୍ଚିମ ଓଡ଼ିଶାର ସ୍ୱର ଭାବେ ଉଭା ହୋଇଥିବା ସାହସୀ କନ୍ୟା ଦୀପା ବାରିକଙ୍କ ପ୍ରୟାସକୁ ପଶ୍ଚିମ ଓଡ଼ିଶାର ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି ।

jayashree
Leave A Reply

Your email address will not be published.