csstore

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ୯ ବର୍ଷ ପୂର୍ତ୍ତି ଅବସରରେ ମହା ଜନସମ୍ପର୍କ ଅଭିଯାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳର ୯ ବର୍ଷ ପୂର୍ତ୍ତି ଅବସରରେ ମହା ଜନସମ୍ପର୍କ ଅଭିଯାନକୁ ସାର୍ଥକ କରିବା ପାଇଁ ବଲାଙ୍ଗିରଠାରେ ଶ୍ରୀମତୀ ପଙ୍କଜିନୀ ପଣ୍ଡାଙ୍କ ନେତୃତ୍ଵରେ ଏକ ଲାଭାର୍ଥୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ଝୁନୁ ପଣ୍ଡା, ଲତା ମିଶ୍ର, ସାରାଂଶ ସାହୁ ପ୍ରମୁଖ ଜନତା ମୋଦୀଙ୍କ ଶାସନ କାଳରେ କି ପ୍ରକାର ଲାଭବାନ ହୋଇଛନ୍ତି ସେ ବିଷୟରେ ନିଜ ନିଜ ମତ ପୋଷଣ କରିଥିଲେ । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ବିଜେପି ନେତା ନାରାୟଣ ନାଥ, ସମ୍ମାନିତ ଅତିଥି କାଉନସିଲର ହରିଶଙ୍କର ଛତ୍ରିଆ ଉପସ୍ଥିତ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ଦିନେଶ ଶର୍ମା, ପିତାମ୍ବର ଖମାରି, ଧର୍ମେନ୍ଦ୍ର ଅଗ୍ରୱାଲ, ଲଲିତ ଶର୍ମା, ରଂଜିତା ପାଣିଗ୍ରାହୀ, ସଞ୍ଜୁ ନାଏକ, ବନଶ୍ରୀ ଆଚାର୍ଯ୍ୟ, ସୌଦାମିନୀ ମିଶ୍ର, ଅନୁଛାୟା ବାବୁ, ସରିତା ଯୋଷୀ, ଗାୟତ୍ରୀ ଦାସ, ସୁଧାରାଣୀ ସ୍ୱାଇଁ, ଆପେଶ୍ଵରୀ ଦୀପ, କଳ୍ପନା ସାହୁ, ନିଲାଦ୍ରୀ ଖର୍ସେଲ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଶେଷରେ ଫିରୋଜା ବିବି ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.