ଲୋକକଳା ସଙ୍ଗମର ଉଦ୍‌ଯାପନୀ ଉତ୍ସବ

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଲୋଇସିଂହା ସୁରସଙ୍ଗମ ସାଂସ୍କୃତିକ ସାଂସଦ ପକ୍ଷରୁ ଆୟୋଜିତ ଲୋକକଳା ସଙ୍ଗମ-୨୦୨୪ ଉଦ୍‌ଯାପିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ନିହାର ରଞ୍ଜନ ବେହେରାଙ୍କ ସଭାପତିତ୍ୱରେ ଆୟୋଜିତ ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥି ଭାବେ ପୁଇଁତଲା ବ୍ଲକ ଅଧ୍ୟକ୍ଷ ସରୋଜ ପଧାନ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ୩୪ ନଂ ଜିଲା ପରିଷଦ ସଭ୍ୟା ସଂଯୁକ୍ତା ବରିହା, ଲୋଇସିଂହା ବ୍ଲକ ବିଜେଡି ସଭାପତି ହୃଦୟାନନ୍ଦ ବେହେରା, ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ନଶୃଲ୍ଲା ଖାନଙ୍କ ସୁପୁତ୍ର ନାଜଉଲ୍ଲା ଖାନ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ଅବସରରେ “ସ୍ୱର୍ଗତ ଶଶୀକଲା ସମ୍ମାନ” କବୟିତ୍ରୀ ଚନ୍ଦ୍ରାବତୀ ପାଣ୍ଡେ ଏବଂ “ସୁରସଙ୍ଗମ ନାଟ୍ୟଗୁରୁ ସମ୍ମାନ” ଲୋଇସିଂହାର ଦୀନବନ୍ଧୁ ବେହେରାଙ୍କୁ ପ୍ରଦାନ କରାଯାଇଥିଲା । ଏଥିସହିତ ଚଳିତ ବର୍ଷ ଲୋଇସିଂହା ବ୍ଲକର ମାଟ୍ରିକ ଟପ୍ପରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ବହୁ ପ୍ରଚଳିତ ଲୋକନୃତ୍ୟ ଡାଲଖାଇ ଉପରେ ଏକ ସେମିନାର ଅନୁଷ୍ଠିତ ହୋଇଥିଲା । ଏଥିରେ ଗୁରୁ ଘାସିରାମ ମିଶ୍ର, କବି ଦେବେନ୍ଦ୍ର ନାଏକ ଓ ସାଲେଗ୍ରାମ ହୋତା ବକ୍ତବ୍ୟ ରଖିଥିଲେ । ସରୋଜ ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ ସରୋଜ ମହାକୁର ବାର୍ଷିକ ବିବରଣୀ ପାଠ କରିଥିଲେ । ପରିଶେଷରେ ଅନୁଷ୍ଠାନର ଉପଦେଷ୍ଟା ଚମରା ଚୌହାନ ଧନ୍ୟବାଦ ଅର୍ପଣ କରିଥିଲେ । ସୁନାଧାର କବାଟ, ନବୀନ ବେହେରା, ଫିରୋଜ ଦାସ, କାର୍ତିକ ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ବିଳମ୍ବିତ ରାତ୍ରି ପର୍ଯ୍ୟନ ମଞ୍ଚରେ ଆଦ୍ୟଶା କରମା ନୃତ୍ୟ, ସାଂସ୍କୃତିକ ସଙ୍ଘ ଲୋଇସିଂହା, ଜୟ ଜଗନ୍ନାଥ ରାମଜୀ କଳା ପରିଷଦ, ଦୁର୍ଗାପାଲି ତରଫରୁ ରାମାୟଣ ନାଟକ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!