ଆଗଲପୁର ବ୍ଲକରେ ୯୩.୮୮% ପାସ୍‌

ଡୁଡୁକା, (କେପିଏନ୍‌ଏସ୍‌) : ସଦ୍ୟ ପ୍ରକାଶିତ ମାଟ୍ରିକ୍‌ ପରୀକ୍ଷା ଫଳାଫଳ ଅନୁଯାୟୀ ଆଗଲପୁର(ଡୁଡୁକା) ବ୍ଲକର ୯୩.୮୮ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି । ଚଳିତ ବର୍ଷ ଏହି ବ୍ଲକ ଅନ୍ତର୍ଗତ ୨୪ଟି ହାଇସ୍କୁଲର ୧୪୮୬ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୩୯୫ ଜଣ ଛାତ୍ରଛାତ୍ରୀ ମଧ୍ୟରୁ ୧୩୯୫ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ୮ ଜଣ ଛାତ୍ରଛାତ୍ରୀ ଏ ୧ ଗ୍ରେଡ୍‌ ପାଇଥିବା ବେଳେ ୧୪୬ ଜଣ ଏ ୨, ୩୭୧ ଜଣ ବି-୧ ଗ୍ରେଡ, ବି ୨ ଗ୍ରେଡରେ ୪୦୨ ଜଣ, ସି ଗ୍ରେଡରେ ୨୯୨ ଜଣ, ଡି ଗ୍ରେଡରେ ୧୩୪ ଜଣ, ଇ ଗ୍ରେଡରେ ୪୨ ଜଣ ଉତ୍ତୀର୍ଣ୍ଣ ହୋଇଥିବା ନେଇ ବ୍ଲକ ଶିକ୍ଷା ଅଧିକାରୀ ରଜନୀକାନ୍ତ ସାହୁ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.