କେନ୍ଦୁଭଟାରେ କ୍ଷୁଦ୍ର ଶସ୍ୟର ଖାଦ୍ୟ ପ୍ରସ୍ତୁତି ତାଲିମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଲକ ଅନ୍ତର୍ଗତ କେନ୍ଦୁଭଟା ଦେବଦତ୍ତ କ୍ଲବ ତାଲିମ ଗୃହଠାରେ ଗାଇସିଲାଟ ବ୍ଲକ ଓ ପଦ୍ମପୁର ବ୍ଲକର ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ନେଇ କ୍ଷୁଦ୍ର ଦାନା ଶସ୍ୟରେ ଖାଦ୍ୟ ପ୍ରସ୍ତୁତି ସମ୍ବନ୍ଧୀୟ ଦୁଇ ଦିନିଆ ତାଲିମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସଂଯୋଜକ ସବ୍ୟସାଚୀ ହନୁମାନ ଉପସ୍ଥିତ ଥିଲେ । ଶ୍ରୀମତୀ ପିଙ୍କି ଦାଶ ଓ ଶୁଭଲକ୍ଷ୍ମୀ ବର୍ଷେ ଆଜିର କାର୍ଯ୍ୟକ୍ରମରେ ସିଙ୍ଗଡା, ବରା, ମଂଚୁରିଆନ, ଲସି, ଲବଙ୍ଗଲତା ଇତ୍ୟାଦି ୧୬ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ତାଲିମ ପ୍ରଦାନ କରିଥିଲେ । ଏଥିରେ ପଦ୍ମପୁର ଓ ଗାଇସିଲାଟ ବ୍ଲକର ୯ଟି ସ୍ୱୟଂ ସହାୟକ ଗୋଷ୍ଠୀର ୩୦ ଜଣ ମହିଳା ଯୋଗ ଦେଇଥିଲେ । ପ୍ରଥମେ ବ୍ଲକ ସଂଯୋଜକ ରୁଦ୍ର ସାହୁ ସମସ୍ତଙ୍କୁ ସ୍ୱାଗତ ଜଣାଇ ଦୁଇ ଦିନ ତାଲିମ ଉପରେ ସମ୍ୟକ ଧାରଣା ପ୍ରଦାନ କରିଥିଲେ । ଜିଲ୍ଲା ସଂଯୋଜକ ମହିଳା ସଶକ୍ତିକରଣ ଓ ମହିଳାମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ କରିବା ନେଇ ମିଶନ ଶକ୍ତି ତଥା ଓଡ଼ିଶା ମିଲେଟ ମିଶନର ଲକ୍ଷ୍ୟ ଉଦ୍ଦେଶ୍ୟ ତଥା ଏଥିରୁ ମହିଳାମାନଙ୍କ ଲାଭ ଉପରେ ବିସ୍ତୃତ ଆଲୋଚନା କରିଥିଲେ । ନିଜେ ମହିଳାମାନେ ଖାଦ୍ୟ ପ୍ରସ୍ତୁତ କରି ମିଲେଟ ଶକ୍ତି ଟିଫିନ ସେଣ୍ଟରରୁ ଲାଭ ପାଇପାରିବେ ବୋଲି ମତ ପ୍ରକାଶ କରିଥିଲେ । ଶେଷରେ ଶେଷଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.