କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜିସ୍ଥିତ ସାମ୍ବାଦିକ ସଂଘର ଗୁରୁତ୍ୱପୂର୍ଣ୍ଣ ବୈଠକ ରବିବାର ଦିନ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଂଘର ସଭାପତି ବିମଲ ଦାଶ ସଭାପତିତ୍ୱ କରିଥିଲେ । ସଂଘର ବିଭିନ୍ନ ଆଲୋଚନା ସହିତ ଖବରଦାତାମାନଙ୍କ ସମସ୍ୟା ଉପରେ ଅଧିକ ଗୁରୁତ୍ୱ ଦେଇ ନିଜର ଅଧିକାର ସରକାରଙ୍କଠାରେ ଉପସ୍ଥାପନ କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଏପରିକି ଜିଲ୍ଲାର ସର୍ବପୁରାତନ ଦ୍ୱିତୀୟ ପଂଜିକୃତ ସଂଘର ସଦସ୍ୟମାନଙ୍କ ଗୃପ ଇନ୍ସୁରାନ୍ସ କିପରି କରାଯାଇ ପାରିବ ସେଥିପ୍ରତି ଆଲୋଚନା ହୋଇଥିଲା । ଆଗାମୀ ଦିନରେ ସଂଘର ସଦସ୍ୟମାନଙ୍କର ଏକ ନିଜସ୍ୱ ପାଣ୍ଠି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଏପରିକି କଂଟାବାଂଜି, ତୁରେକେଲା, ବଙ୍ଗୋମୁଣ୍ଡା ଏବଂ ମୁରିବାହାଲ ଅଂଚଳର ବିଭିନ୍ନ ସମସ୍ୟା ଉପରେ ଅଧିକ କଲମ ଚାଳନା କରିବା ପାଇଁ ଖବରଦାତାମାନଙ୍କ ଦାୟିତ୍ୱ ହେଲେ ଅଂଚଳର ବିକାଶ ହୋଇ ପାରିବ ବୋଲି ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ସଂଘର ସୁବାଷ ଚନ୍ଦ୍ର ବେହେରା, ଜୀବନାନନ୍ଦ ମହାନ୍ତି, ଶେଖ ସମିମ, ସଂଜୟ କୁମାର ନାଥ, ଅନ୍ତିମ ପାଣିଗ୍ରାହୀ, ଗୁରୁଦୟାଲ ହଂସ, ମୋହନ ସୋନି, କୃତିକର ବାଗ, ବିନୋଦ ସିଂ, ଶିବଶଙ୍କର ବାଗ, କୁଶଲ ଠାକୁର, ପ୍ରମୋଦ ବେହେରା, କୈଲାଶ ସଗରିଆ, ବଙ୍ଗୋମୁଣ୍ଡାରୁ ଅଶୋକ ନାରାୟଣ ଭୋଇ, ଅଭିମନ୍ୟୁ ବୋହିଦାର, ସୁଶାନ୍ତ ଥାନାପତି ଉପସ୍ଥିତ ଥିଲେ ।