csstore

କୁଲତା ସମାଜ ବଲାଙ୍ଗିର ଶାଖା ତରଫରୁ କୁଲତା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଭଗବତୀ ନଗର ସ୍ଥିତ ଶାନ୍ତନୁ କୁମାର ଭୋଇଙ୍କ ବାସଭବନ କୁଲତା ସମାଜ କାର୍ଯ୍ୟାଳୟରେ କୁଲତା ଦିବସ ପାଳିତ ହୋଇଯାଇଛି । ମା’ ରଣେଶ୍ୱରୀ ରାମଚଣ୍ଡୀଙ୍କ ପୂଜନ ଉତ୍ସବ ପରେ ସଭାପତି ସୁରଥ ପଧାନଙ୍କ ଅଧ୍ୟକ୍ଷତାରେ ଏକ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଆଗାମୀ ୧୬.୦୪.୨୦୨୩ (ରବିବାର) ଦିନ ସମାଜର ସାଧାରଣ ବାର୍ଷିକ ବୈଠକ କରିବାକୁ ସ୍ଥିରିକୃତ କରାଯାଇଥିଲା ଏବଂ କୁଲତା ସମାଜ ଭାଇମାନଙ୍କୁ ଉପସ୍ଥିତ ରହି ନିଜର ମନ୍ତବ୍ୟ ତଥା ସହଯୋଗ କରିବାକୁ ନିବେଦନ କରାଯାଇଥିଲା । ଏହି ଅବସରରେ ଓଡିଶା ଓବିସି ମଞ୍ଚର ସଭାପତି ଶଙ୍କର କୁମାର ପାତ୍ର, ନବସେତୁ ପତ୍ରିକାର ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ଯୋଗଦାନ କରିଥିଲେ । ଉକ୍ତ ସଭାରେ ରାଶ ବିହାରୀ ମାଝି, ଯାଦବ ଚନ୍ଦ୍ର ଭୋଇ, ରବିନ୍ଦ୍ର କୁମାର ପଧାନ, ବିଦେଶୀ ପଧାନ, ବୃଷଭ ସା, ସୁଧିର କୁମାର ଭୋଇ, ବିରେନ୍ଦ୍ର ଭୋଇ, ଗୋବର୍ଦ୍ଧନ ପଧାନ, ସୁଦର୍ଶନ ସାହୁ, ରାଜେନ୍ଦ୍ର ସାହୁ, ନିରଞ୍ଜନ ଗଡତିଆ, ଆକାଶ ପଧାନ, ରହିମ ରଂଜନ ସାହୁ, ସୁନିଲ ମାଝି, ସଂଜୟ ଭୋଇ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.