oom

ବେଆଇନ ବାଲି ଚୋରାଚାଲାଣ ବେଳେ ଚଢ଼ାଉ

jsmm
  • ୧୦,୧୧୧ ଟଙ୍କାର ଜରିମାନା ଆଦାୟ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ତହସିଲଦାର ଯୁଗଳ କିଶୋର ବିଶ୍ୱାଲଙ୍କ ନିର୍ଦ୍ଦେଶରେ ବଡବନ୍ଧ ଆର୍ ଆଇ ଅଧିର ନାଏକ ବୁଧବାର ଦିନ ସାଢେ ୧୧ଟାରେ ଦେଓଗାଁ ତହସିଲ ବଡ଼ବନ୍ଧ ସର୍କଲ ଅନ୍ତର୍ଗତ ସିକୁଆଁ ମୌଜା ଅଞ୍ଚଳରେ ଟ୍ରାକ୍ଟର (ଓଡ଼ି ୦୩କେ ୧୪୦୧)ରେ ବାଳି ଚାଲାଣ ହେଉଥିବା ନେଇ ଉକ୍ତ ଗାଡ଼ି ଉପରେ ଚଢ଼ାଉ କରିଥିଲେ । ସୋନଗଡ଼ ନଦୀରୁ ବାଲି ଆଣୁଥିବା ଏହି ବାଲି ବୋଝେଇ ଗାଡ଼ିକୁ ଅଟକ ରଖି ବାଲି ଚାଲାଣ ସମ୍ବନ୍ଧୀୟ ଦଳିଲ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ବେଆଇନ ଭାବେ ଚାଲାଣ ହେଉଥିବା ଜଣାପଡ଼ିବା ପରେ ଉକ୍ତ ଟ୍ରାକ୍ଟର ମାଳିକ ରାକେଶ ନନ୍ଦଙ୍କଠାରୁ ରୟାଲ୍‌ଟି ବାବଦରେ ୧୧୧ଟଙ୍କା ଏବଂ ପେନାଲ୍‌ଟ୍‌ ବାବଦରେ ୧୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିବା ନେଇ ଶ୍ରୀଯୁକ୍ତ ନାଏକ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.