csstore

ବଲାଙ୍ଗିର ସିଭିଲ କୋର୍ଟର ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର ନାରାୟଣ ଦାସଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସିଭିଲ କୋର୍ଟ ପରିସରରେ ବଲାଙ୍ଗିର ସିଭିଲ କୋର୍ଟ ପ୍ରଶାସନିକ ଅଧିକାରୀ ରାଜେନ୍ଦ୍ର ନାରାୟଣ ଦାସଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବଲାଙ୍ଗିର ବିଚାର ବିଭାଗୀୟ କର୍ମଚାରୀ ସଂଘର ସଭାପତି ପ୍ରକାଶ କୁମାର ନେପାକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗିର ଜିଲ୍ଲା ତଥା ଦୌରା ଜଜ୍‌ ଲଲାଟେନ୍ଦୁ ଜେନା ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଅବସର ଗ୍ରହଣ କରିଥିବା ସମସ୍ତ କର୍ମଚାରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଆଜିର ଏହି ସଭାରେ ସମସ୍ତ ବିଚାର ବିଭାଗୀୟ ଅଧିକାରୀ, କୋର୍ଟ ମ୍ୟାନେଜର ସୁମନ ଆଚାର୍ଯ୍ୟ, ସିଷ୍ଟମ ଅଫିସର ଅନିଲ ଦାସ, ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ବଲାଙ୍ଗିର ଫେମିଲି ଜଜ୍‌ ବେଣୁଧର ପାତ୍ର, ଭିଜିଲାନ୍ସ ଜଜ୍‌ ଆନନ୍ଦ ନାରାୟଣ ମହାରଣା, ସିଭିଲ କୋର୍ଟ ରେଜିଷ୍ଟ୍ରାର ଚରଣଜିତ ଓରାମ ପ୍ରମୁଖ ଉଦ୍‌ବୋଧନ ଦେଇ ଶ୍ରୀ ଦାସଙ୍କ ଚାକିରି ଜୀବନ ପ୍ରଂଶସନୀୟ ବୋଲି କହିବା ସହ ନୂତନ ଭାବେ ଚାକିରିରେ ଯୋଗଦାନ କରିଥିବା କର୍ମଚାରୀମାନଙ୍କୁ ସମସ୍ତ ବିଭାଗରୁ ଏକ ନିଆର ଶୃଙ୍ଖଳିତ ବିଭାଗରେ ଚାକିରି କରିବାକୁ ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ ଭାବିବା ଉଚିତ ବୋଲି ସମ୍ବୋଧିତ କରିଥିଲେ । ଏହି ସଭାରେ ମାନ୍ୟବର ଜିଲ୍ଲା ଜଜ୍‌ ଲଲାଟେନ୍ଦୁ ଜେନା ସମସ୍ତ କର୍ମଚାରୀ ଶ୍ରୀ ଦାସଙ୍କ ଭଳି କର୍ତ୍ତବ୍ୟନିଷ୍ଠ ହେବା ଉଚିତ ବୋଲି କହିବା ସହ ନୂତନ କର୍ମଚାରୀମାନେ ଆଗାମୀ ଦିନରେ ଭାରତର ସର୍ବବୃହତ ଶୃଙ୍ଖଳିତ ବିଭାଗରେ ନିଜକୁ ଶୃଙ୍ଖଳିତ କରି ସମସ୍ତଙ୍କ ସେବା କରିବାକୁ ପରାମର୍ଶ ଦେଇଥିଲେ । କର୍ମଚାରୀମାନଙ୍କ ନୂତନ ଡ୍ରେସ କୋଡ ଶୃଙ୍ଖଳାର ଆଉ ଏକ ଅଧ୍ୟାୟ ବୋଲି ପ୍ରକାଶ କରିଥିଲେ । ନୂତନ ଭାବ ପଦୋନ୍ନିତ ହୋଇଥିବା ମୁଖ୍ୟ ପ୍ରଶାନିକ ଅଧିକାରୀ ବଳରାମ ମେହେରଙ୍କୁ ସ୍ୱାଗତ କରିଥିଲେ । ଆଜିର ଏହି ସଭା ଆୟୋଜନରେ କର୍ମଚାରୀ ସଂଘର କୋଷାଧ୍ୟକ୍ଷ ଆକାଶ ତ୍ରିପାଠୀ, ହେଡ କ୍ଲର୍କ ଦଧିବାବନ ଶତପଥି, ସୁବତ୍ର ମିଶ୍ର, ନାଜୀର ଶୁଭ୍ରାଂଶୁ ବାଗ, ନୀଳକଣ୍ଠ ସିଂ ଓ ବିଶମ୍ବର ପ୍ରଧାନ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.