ପଞ୍ଚାୟତିରାଜ ପ୍ରତିନିଧିଙ୍କ ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଅତାବିରା ବ୍ଲକର ରାଜ୍ୟ ଗ୍ରାମ୍ୟ ଉନ୍ନୟନ ପ୍ରତିଷ୍ଠାନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ସହାୟତାରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମହାଶକ୍ତି ଫାଉଣ୍ଡେସନ ତରଫରୁ ତା.୨୮/୦୩/୨୦୨୩ରୁ ୩୦/୦୩/୨୦୨୩ ପର୍ଯ୍ୟନ୍ତ ଅନ୍ତିମ ପର୍ଯ୍ୟାୟରେ ବିଭିନ୍ନ ପଞ୍ଚାୟତର ୱାର୍ଡ ସଭ୍ୟ/ସଭ୍ୟାମାନଙ୍କର ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିର ମୋଟଲ ଶାନ୍ତିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ତାଲିମ କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ଅନୁଷ୍ଠାନର ତାଲିମଦାତା ଲବ ପ୍ରଧାନ ଓ ଡାନିଆଲ କଲେତ ୱାର୍ଡ ସଭ୍ୟ/ସଭ୍ୟାମାନଙ୍କର ଭୂମିକା, ଦାୟିତ୍ୱ ଏବଂ ଗ୍ରାମ ପଞ୍ଚାୟତର ନିଜସ୍ୱ ସମ୍ବଳ ବୃଦ୍ଧି, ଇପ୍ରଶାସନ ବ୍ୟବସ୍ଥା, ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଗ୍ରାମ୍ୟ ପଞ୍ଚାୟତର ଭୂମିକା ଇତ୍ୟାଦି ବିଷୟବସ୍ତୁ ଉପରେ ତାଲିମ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ତିନୋଟି ପଞ୍ଚାୟତରୁ ଯଥା ସିଲେଟ, ପାହାଡ଼ଶ୍ରୀଗୀଡା, ମନାପଡ଼ା ବିଭିନ୍ନ ୱାର୍ଡରୁ ସଭ୍ୟ/ସଭ୍ୟାମାନେ ଯୋଗଦାନ କରିଥିଲେ । ତାଲିମ କାର୍ଯ୍ୟକ୍ରମର ତୃତୀୟ ଦିନରେ ବିଭିନ୍ନ କ୍ଷେତ୍ର ପରିଦର୍ଶନ କରିଥିଲେ । ଏତଦ୍‌ବ୍ୟତୀତ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟାମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା ।ପରିଶେଷରେ ଅନୁଷ୍ଠାନର ଉପସଭା ନେତ୍ରୀ ରୋଜାଲିନ ଭୂୟାଁ ସମସ୍ତ ୱାର୍ଡ ସଭ୍ୟ/ସଭ୍ୟା ଓ ତାଲିମଦାତାଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନର ଚୁମ୍ବିଲାଲ ଦ୍ୱାରି, ଗୌର ରଣା, ସସ୍ମିତା ବିଶ୍ୱାଲ, ପ୍ରଶାନ୍ତ ମହାରଣା ସହଯୋଗ କରିଥିଲେ ।

Leave A Reply

Your email address will not be published.