pr

ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହେଲେ ଓଡିଆ ପୁଅ ନାରାୟଣ ଚୌଧୁରୀ

dr. purohit

କୋକସରା : କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣାରେ ସମ୍ମାନିତ ହେଲେ ଓଡିଆ ପୁଅ ନାରାୟଣ ଚୌଧୁରୀ । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣାର ୯ମ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆସାମର ପୂର୍ବତନ ରାଜ୍ୟପାଳ ତଥା ବର୍ତ୍ତମାନ ମିଜୋରାମ, ନାଗାଲାଣ୍ଡର ରାଜ୍ୟପାଳ ଥିବା ପ୍ରଫେସର କୈଳାଶ ଚନ୍ଦ୍ର ଶର୍ମା ମୁଖ୍ୟବକ୍ତା ଭାବେ, ହରିୟାଣା ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଉପସଭାପତି ତଥା ପୂର୍ବତନ ହରିୟାଣା ସରକାରଙ୍କ ଶିକ୍ଷା ମନ୍ତ୍ରୀ ରାମବିଳାଶ ଶର୍ମା ଏବଂ କୁଳପତି ପ୍ରଫେସର ଟଙ୍କେଶ୍ୱର କୁମାର ଉପସ୍ଥିତ ରହି ଛାତ୍ର ନାରାୟଣ ଚୌଧୁରୀଙ୍କୁ ସ୍ନାତକକୋତ୍ତର ଡିଗ୍ରୀ ପ୍ରଦାନ କରିଥିଲେ । ପୂର୍ବରୁ ୟୁଥ୍ ପାର୍ଲିଆମେଣ୍ଟରେ ଜାତୀୟ ସ୍ତରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହରିୟାଣା ତରଫରୁ ନାରାୟଣ ଚୌଧୁରୀ ଖ୍ୟାତି ଅର୍ଜନ କରିଥିଲେ । କିଛି ଦିନ ପୂର୍ବେ ଜଣେ ଥାଲାସେମିଆରେ ପୀଡ଼ିତ ନାବାଳକକୁ ରକ୍ତ ଦେଇ ସେ ଚର୍ଚ୍ଚିତ ହୋଇଥିଲେ । ନାରାୟଣ ଚୌଧୁରୀ ହେଉଛନ୍ତି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଦାବ୍ରିଗୁଡା ଗାଁ ବିଷ୍ଣୁ ଚରଣ ଚୌଧୁରୀ ଓ ପ୍ରେମାମଞ୍ଜରୀ ଚୌଧୁରୀଙ୍କ ସାନପୁଅ । ତାଙ୍କର ଏହି ସଫଳତା ପାଇଁ ଶୁଭେଚ୍ଛୁମାନେ ଅଭିନନ୍ଦନ ଜଣାଇଛନ୍ତି ।

nrusinghnath
Leave A Reply

Your email address will not be published.