କମ୍ୟୁନିଟି ରେଡିଓ ସଂଦେଶ ଷ୍ଟେସନ ଉଦ୍‌ଘାଟିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସହରରେ କମ୍ୟୁନିଟି ରେଡିଓ ସଂଦେଶ ଷ୍ଟେସନ ଶୁକ୍ରବାର ଦିନ ଉଦ୍‌ଘାଟିତ ହୋଇଯାଇଛି । ମଦର ଟେରେସା ମହିଳା ସେବା ସଂଗଠନ ଟିଟିଲାଗଡ ଦ୍ୱାରା ଏହି ରେଡିଓ ସଂଦେଶ ଉଦ୍‌ଘାଟିତ ହୋଇଯାଇଛି । ଏହି ଅବସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟିତ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ଏକ ସାଧାରଣ ସଭାରେ ଅନୁଷ୍ଠାନର ପ୍ରତିଷ୍ଠାତା ରଂଜୁ ରାଏମନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅନ୍ୟମାନଙ୍କ ମଧ୍ୟରେ ପଦ୍ମଶ୍ରୀ ହଲଧର ନାଗ(ସମ୍ମାନିତ ଅତିଥି), ତହସିଲଦାର କଂଟାବାଂଜି ଅମୃତଲାଲ ବେହେରା, ଏନ.ଏ.ସି.ନିର୍ବାହୀ ଅଧିକାରୀ ନିରଂଜନ ଧଳ(ବିଶିଷ୍ଠ ଅତିଥି) ମଂଚାସୀନ ଥିଲେ । କଂଟାବାଂଜିରେ ଜିଲ୍ଲାର ପ୍ରଥମ କମ୍ୟୁନିଟି ସଂଦେଶ ଉଦ୍‌ଘାଟିତ ହେବା ଦ୍ୱାରା ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଅଂଚଳର ଜନସାଧାରଣ ସୂଚନା ପାଇବେ । ଏପରିକି ଅଂଚଳର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଏହି ଷ୍ଟେସନ ମାଧ୍ୟମରେ ଅଂଚଳର ସ୍ୱଂୟ ସହାୟକ ମହିଳା ଗୋଷ୍ଠୀମାନଙ୍କୁ ସଂଶ୍ଲିଷ୍ଟ କରାଯାଇ ପାରିବ ବୋଲି ଜିଲ୍ଲାପାଳ ଶ୍ରୀ ରାଣା କହିଥିଲେ । ଏହି କାର୍ଯ୍ୟକ୍ରମଟିକୁ ରେଡିଓ ସଂଦେଶର ସ୍ୱେଛାସେବୀ ସତ୍ୟବ୍ରତ ପଣ୍ଡା ପରିଚାଳନା କରିଥିବା ବେଳେ ରୋହନ ମହତ, ରାଧେଶ୍ୟାମ ବେହେରା ଏବଂ ଅନ୍ୟମାନେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

Leave A Reply

Your email address will not be published.