jayashree

ରୁୁଗୁଡିପଡା ଦୁର୍ଗାମଣ୍ଡପରେ ଆରମ୍ଭ ହେଲା ମା’ଙ୍କ ବାସନ୍ତୀକ ଦୁର୍ଗାପୁଜା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ମା’ ଜଗତ ଜନନୀ ଦୁର୍ଗାଙ୍କ ଚୈତ୍ର ନବରାତ୍ର ଚାଲିଥିବା ସମୟରେ ପ୍ରତିବର୍ଷ ପରି ଏ ବର୍ଷ ମଧ୍ୟ ବଲାଙ୍ଗିର ରୁଗୁଡିପଡା ଦୁର୍ଗାପୁଜା ଟ୍ରଷ୍ଟ ଆନୁକୂଲ୍ୟରେ ଷଷ୍ଠୀ ତିଥି ଅନୁଯାୟୀ ଗତକାଲି ମା’ଙ୍କ ବେଲ୍ୱବରଣ କରାଯାଇ ଆଜି ସପ୍ତମୀ ତିଥିରେ ସକାଳ ୬ ଘଣ୍ଟା ସମୟରେ କଳସ ଶୋଭାଯାତ୍ରା ଓ ଖଣ୍ଡା ପୂଜନ କରାଯାଇ ମଣ୍ଡପଠାରେ ପ୍ରାରମ୍ଭିକ ସୂର୍ଯ୍ୟ ପୂଜା କରାଯାଇ ମୃଣ୍ମୟୀ ମା’ ସପ୍ତମୀ ପୂଜାର୍ଚ୍ଚନା କରାଯାଇଛି । ଏହି ପୂଜାବିଧିରେ ଜଗବନ୍ଧୁ ନାୟକ ଓ ସହଧର୍ମିଣୀ ଅନୁପମା ନାୟକ କର୍ତ୍ତା ଦାୟିତ୍ୱ ତୁଳାଉଥିବା ବେଳେ ମୁଖ୍ୟ ପୂଜକ ଦାୟିତ୍ୱ ରଘୁପତି ପୁରୋହିତ ତୁଳାଉଛନ୍ତି । ନିରଞ୍ଜନ ମହାପାତ୍ର, ବିଶେଶ୍ୱର ପୁଝାରୀ, ସତ୍ୟନାରାୟଣ ପଣ୍ଡା, ଲକ୍ଷ୍ମୀ ମହାରଣା, ଡମ୍ବରୁଧର ପସାୟତ, ଭାଗରଥି ମହାକୁର, ବୁବୁନ ନାୟକ, ସ୍ୱସ୍ତିକ, ଶିଶିର ଏବଂ ଅଭିଷେକ ଚନ୍ଦନ ମଣ୍ଡପରେ ସହଯୋଗ କରୁଥିବା ବେଳେ ଆଜିର ଶୋଭାଯାତ୍ରାରେ କମିଟିର ସଭାପତି ଚେତନାନନ୍ଦ ପଣ୍ଡା, ଉପସଭାପତି ସଞ୍ଜିବ ଶତପଥି, ପ୍ରଦୀପ ପଟ୍ଟନାୟକ, ସହସଂପାଦକ କାହ୍ନୁ ବଗର୍ତ୍ତି, ଟିଙ୍କୁ ବାଗ, କୋଷାଧ୍ୟକ୍ଷ ଦେବାଶିଷ ମହାକୁର, କାର୍ୟ୍ୟକାରୀ ସଦସ୍ୟ ଶିବାନନ୍ଦ ବାଗ, ନୟନ ମହାନ୍ତି, ଶ୍ରୀକାନ୍ତ ରାଉତ, ଜିତୁ ଦାସ, ତାପସ ମହାନ୍ତି, ସଙ୍କେତ ବଗର୍ତ୍ତି, ଚରଣ ସାହାଣୀ, ଆନନ୍ଦ ସାହୁ, ତପନ ସେଠ୍‌, ସୁମିତ ବଗର୍ତ୍ତି, ପ୍ରମୋଦ ନନ୍ଦ, ଯୋଗେନ୍ଦ୍ର ନିଆଲ, ରାହୁଲ ସେଠ୍‌, ତଥାଗତ ବାଗ, ରୋଶନ ଦୀପ, ଗଣେଶ ସେଠ୍‌, ଗୋପାଳ ବହିଦାର, ରଞ୍ଜିତ ମଣ୍ଡଲ, ପ୍ରଦିପ ନାଏକ, ପ୍ରଦିପ ମେହେର ଅଂଶଗ୍ରହଣ କରିଥିଲେ । ପ୍ରତ୍ୟେକ ଦିନ ସନ୍ଧ୍ୟା ୭ ଘଣ୍ଟା ସମୟରେ ସନ୍ଧ୍ୟା ଆଳତୀ ହେଉଥିବା ବେଳେ ୨୯ ତାରିଖ ସନ୍ଧ୍ୟା ୮.୫୫ ମି.ରୁ ଘ.୯.୧୫ ମି. ମଧ୍ୟେ ସନ୍ଧିପୂଜା, ୩୦ ତାରିଖରେ ମହାନବମୀ ପୂଜା ଏବଂ ୩୧ ତାରିଖରେ ଦଶମୀ ପୂଜା ଓ ଅପରାଜିତ ପୂଜା ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟ ତରଫରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.