oom

ଛତ୍ରପୁରଠାରେ ରାଜଯୋଗିନୀ ଦାଦି ଜାନକୀଙ୍କର ତୃତୀୟ ସ୍ମୃତି ଦିବସରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ

jsmm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ପ୍ରଜପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ଵବିଦ୍ୟାଳୟ ଛତ୍ରପୁର ଶାଖା ସେବାକେନ୍ଦ୍ର ଶାନ୍ତି ଅନୁଭୂତି କେନ୍ଦ୍ର ଆନୁକୂଲ୍ୟରେ ସଂସ୍ଥାନର ପୂର୍ବତ୍ତନ ମୁଖ୍ୟ ପ୍ରଶାସିକା ତଥା ଅନ୍ତରାଷ୍ଟ୍ରୀୟ ସେବାକେନ୍ଦ୍ରର ମୁଖ୍ୟ ସଞ୍ଚାଳିକା ଆଦରଣୀୟ ରାଜଯୋଗିନୀ ଦାଦି ଜାନକୀ ଜୀଙ୍କର ତୃତୀୟ ସ୍ମୃତି ଦିବସ ପାଳନ କରାଯାଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଯାଇଛି । ତାଙ୍କରି ଅଥକ ସେବା ଓ ପରମାତ୍ମାଙ୍କର ସନ୍ଦେଶ ୧୩୦ ଦେଶରେ ପ୍ରଚାର କରିବା ଉଦ୍ୟମ ତଥା ଶାନ୍ତିର ଅନୁଭୁତି ପାଇଁ ବିଶ୍ୱର ସର୍ବୋଚ୍ଚ ସ୍ଥିର ମସ୍ତିଷ୍କର ଉପାଧି ଅନ୍ତରାଷ୍ଟ୍ରୀୟ ଟେକ୍ସାସ ୟୁ.ଏସ.ଏ. ୟୁନିଭର୍ସଟି ପ୍ରଦାନ କରିଥିଲେ । ଏହାସହିତ ଦେଶ ଓ ବିଦେଶର ବହୁ ସଂସ୍ଥା ଡକ୍ଟରେଟ ଉପାଧିରେ ସମ୍ମାନୀତ କରିଛନ୍ତି । ତାଙ୍କ ଅଧ୍ୟକ୍ଷତାରେ ସଂସ୍ଥାନରେ ସମଗ୍ର ବିଶ୍ୱରେ ୧୩୦ ଦେଶରେ ୮୫୦୦ରୁ ଅଧିକ ମୁଖ୍ୟ ସେବାକେନ୍ଦ୍ରରେ ପରମାତ୍ମା ଜ୍ଞାନ ଓ ରାଜଯୋଗର ପ୍ରଚାର ହୋଇଛି । ସେ ୧୦୪ ବର୍ଷ ବୟସରେ ୨୭ ମାର୍ଚ୍ଚ ୨୦୨୦ରେ ରାଜସ୍ଥାନର ମାଉଣ୍ଟ-ଆବୁରେ ଯାହାକି, ବ୍ରହ୍ମାକୁମାରୀ ସଂସ୍ଥାନର ଆନ୍ତଃ-ରାଷ୍ଟ୍ରୀୟ ସେବାକେନ୍ଦ୍ରରେ ଶରୀର ତ୍ୟାଗ କରିଥିଲେ । ଏହାର ସ୍ମୁତିରେ ଦେଶ ବିଦେଶର ପ୍ରତ୍ୟେକ ସେବାକେନ୍ଦ୍ରରେ ତୃତୀୟ ପୂଣ୍ୟତିଥି ଦିବସ ସର୍ବଭାରତୀୟ ସ୍ତରରେ ପାଳନ କରାଯାଇଛି । ଏହି ପରିପେକ୍ଷୀରେ ଛତ୍ରପୁର ଶାଖା ସେବାକେନ୍ଦ୍ର ଶାନ୍ତି ଅନୁଭୂତି କେନ୍ଦ୍ରରେ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗଞ୍ଜାମ ଜିଲ୍ଲା ବିଜେଡି ଯୁବ ସଭାପତି ଭବାନୀ ଶଙ୍କର ସାହୁ ଓ ସମ୍ମାନୀତ ଅତିଥି ଭାବେ ଭାରତୀୟ କୋଷ୍ଟ ଗାର୍ଡ ଆସିଷ୍ଟାଣ୍ଟ କମାଣ୍ଡର ଧନଞ୍ଜୟ ମିଶ୍ର ଯୋଗଦାନ ଦେଇଥିଲେ । ଛତ୍ରପୁର ସେବାକେନ୍ଦ୍ରର ମୁଖ୍ୟସଞ୍ଚାଳିକା ରାଜଯୋଗିଣୀ ବିଜୟଲକ୍ଷ୍ମୀ ଭଉଣୀ ଏହାକୁ ସୁପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୦ରୁ ଅଧିକ ଗୀତା ପାଠଶାଳାର ଭାଇ ଓ ଭଉଣୀମାନେ ଯୋଗଦାନ କରି ସକ୍ରୀୟ ଅଂଶଗ୍ରହଣ କରିଥିବା ସାଂଗକୁ ବହୁ ସଂଖ୍ୟାରେ ମାଆ ଓ ଭାଇ, ଭଉଣୀମାନେ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.