csstore

ମଦନପୁରକୁ ବ୍ଲକ୍ ଘୋଷଣା ଦାବୀରେ ଭବାନୀପାଟଣାରେ ବିଶାଳ ଶୋଭାଯାତ୍ରା : ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ

କଳାହାଣ୍ଡି, (ପ୍ରଦୀପ କୁମାର ସାହୁ) : କଳାହାଣ୍ଡି ଜିଲ୍ଲାର ମ. ରାମପୁର ବ୍ଲକ ଅନ୍ତର୍ଗତ ମଦନପୁରକୁ ନୂତନ ବ୍ଲକ୍ ଘୋଷଣା ଦାବୀରେ ଭବାନୀପାଟଣାରେ ବିଶାଳ ଶୋଭାଯାତ୍ରା ସହ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ନୂତନ ପଞ୍ଚାୟତ ସମିତି ଗଠନ ସଂଗ୍ରାମ ସମିତିର ସଭାପତି ତଥା ଗୋଛାଡେଙ୍ଗେନ ସରପଞ୍ଚ ଡାକ୍ତର ସୁରେଶ କୁମାର ପଧାନଙ୍କ ନେତୃତ୍ୱରେ ଦାବୀପତ୍ର ପ୍ରଦାନ କରାଯାଇଛି । ଏଥିରେ ମଦନପୁର ସରପଞ୍ଚ କେତକୀ ଦଣ୍ଡିଆ, ଅଲାତରା ସରପଞ୍ଚ ସସ୍ମିତା ନାଗଙ୍କ ସମେତ ଶତାଧିକ ମହିଳା ପୁରୁଷ, ସ୍ଥାନୀୟ ଲୋକ ପ୍ରତିନିଧି, ମହିଳା, ବୁଦ୍ଧିଜୀବୀ ପ୍ରମୁଖ ଭବାନୀପାଟଣା ଜେଲ୍ ଛକରୁ ବାହାରି ବ୍ଲକ ଦାବୀନେଇ ସ୍ଲୋଗାନ ଦେଇ ଜିଲ୍ଲାପାଳ ଅଫିସ ଆଗରେ ପହଞ୍ଚିଥିଲେ । ସ୍ଥାନୀୟ ବାସିନ୍ଦା ତଥା ନୂତନ ମଦନପୁର ପଞ୍ଚାୟତ ସମିତି ଗଠନ ସଂଗ୍ରାମ ସମିତି ଆନୁକୂଲ୍ୟରେ ଏହି ଦାବୀ କରାଯାଇଥିଲା । ବର୍ତ୍ତମାନ ମ. ରାମପୁର ବ୍ଲକରେ ରହି ଆସିଥିବା ଦୁର୍ଗମ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଅନ୍ତର୍ଗତ ୧୧ ଗୋଟି ଗ୍ରାମ ପଞ୍ଚାୟତ ଯଥା ଗୋଛାଡେଙ୍ଗେନ, ଅଲାତରା, ମଦନପୁର, ଡମ୍ବ କାର୍ଲଖୁଣ୍ଟା, ମାଣିକେରା, ଦେଢଶୁଲି, ସିଙ୍ଗପୁର, ମୋହନଗିରି, କୁବେନଗଡ, କାର୍ଲମୁଣ୍ଡା ବ୍ଲକର ଗଜବାହଲ ଓ ବୋରପଦରକୁ ନେଇ ଏହି ପ୍ରସ୍ତାବିତ ନୂତନ ମଦନପୁର ପଞ୍ଚାୟତ ସମିତି ଗଠନ ପାଇଁ ଦାବୀ ମୁଣ୍ଡ ଟେକିଛି । ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ସମେତ ଜିଲ୍ଲାପାଳ, ସାଂସଦ, ବିଧାୟକ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ ଓ ବିଡ଼ିଓ ମ. ରାମପୁର ଓ କାର୍ଲମୁଣ୍ଡାଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଛି ।

jayashree
Leave A Reply

Your email address will not be published.