csstore

ବଲାଙ୍ଗିର କଂଗ୍ରେସର ସଂକଳ୍ପ ସତ୍ୟାଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି କେନ୍ଦ୍ର ସରକାରଙ୍କ କ୍ରମବଦ୍ଧିଷ୍ଣୁ ଆକ୍ରୋସ ରାଜନୀତି ପ୍ରତିବାଦରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ଜିଲ୍ଲା ସଭାପତି ଦିଲିପ ବେହେରାଙ୍କ ନେତୃତ୍ୱରେ ଗାନ୍ଧୀନଗରପଡା ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ସତ୍ୟାଗ୍ରହ ଅନୁଷ୍ଠିତ ହୋଇଯାଇଛି । ନିଜର ବକ୍ତବ୍ୟରେ ଜିଲ୍ଲା ସଭାପତି ଦିଲିପ ବେହେରା ସତ୍ୟାଗ୍ରହୀମାନଙ୍କୁ ଉଦ୍‌ବୋଧନ ଦେଇ କେନ୍ଦ୍ର ମୋଦୀ ସରକାରଙ୍କୁ କଠୋର ଭାଷାରେ ସମାଲୋଚନା କରିବା ସହ ଜିଲ୍ଲା କଂଗ୍ରେସର ପ୍ରତ୍ୟେକଟି କାର୍ଯ୍ୟକର୍ତ୍ତା ଏହି ଘଡିସନ୍ଧି ମୁହୂର୍ତ୍ତରେ ରାହୁଲ ଗାନ୍ଧୀଙ୍କ ସହ ଛିଡା ହୋଇଅଛି ଏବଂ କେନ୍ଦ୍ର ସରକାରଙ୍କ ପ୍ରତ୍ୟେକଟି କୁଚକ୍ରାନ୍ତର ଜବାବ ଦେବାକୁ ପଛଘୁଞ୍ଚା ଦେବ ନାହିଁ ବୋଲି କହିଥିଲେ । ଉମାଶଙ୍କର ପଣ୍ଡା କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇ କହିଥିଲେ ଗଣତନ୍ତ୍ର, ସମ୍ବିଧାନ ତଥା ବ୍ୟକ୍ତି ସ୍ୱାଧୀନତା ଅପହରଣ କରିବା ମାର୍ଗରୁ ମୋଦୀ ସରକାର ଓହରି ନ ଆସିଲେ ଦେଶ ତଥା ରାଜ୍ୟବାସୀ କେବେ କ୍ଷମା ଦେବେ ନାହିଁ ଏବଂ ରାହୁଲ ଗାନ୍ଧୀଙ୍କ ‘ଡରୋ ମତ୍‌’ ଆହ୍ୱାନ ଗ୍ରହଣ କରିବାକୁ ନିବେଦନ କରିଥିଲେ । ମିଳନୀ ସାହୁ, ବୁଲୁ ଦାନୀ, ଅଙ୍କିତ ସାହୁ, ସାନନ୍ଦ ମିଶ୍ର, ଉମା ସାହୁ ନିଜ ନିଜ ବକ୍ତବ୍ୟରେ ମୋଦୀ ସରକାରଙ୍କ ଏକଛତ୍ରବାଦ ବିରୁଦ୍ଧରେ ବର୍ଷି କଠୋର ଭାଷାରେ ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ମନୀଷ ମିଶ୍ର, ସନ୍ତକ ବହିଦାର, ସେବାଦଳ ମୁଖ୍ୟ ଅସୀତ ମିଶ୍ର, ପଞ୍ଚାୟତି ରାଜ ସଂଗଠନ ସଭାପତି ଅଜୟ ବାଲି, କୈଳାସ ମିଶ୍ର, ବ୍ରଜ ସେଠି, ସଂଜୟ ମିଶ୍ର, ପ୍ରଦୋଷ ପାଣିଗ୍ରାହୀ, କିରନ ସେଠ, ବିରେନ୍ଦ୍ର ବାବୁ, ଜୟନାରାୟଣ ବହିଦାର, ହରି ନନ୍ଦ, ଜୁଲୁ ପଟ୍ଟନାୟକ, ଲବ ଭାଇ, ନିରଞ୍ଜନ ମିଶ୍ର, ଅମିୟ ବଗର୍ତ୍ତି, ଅଜିତ ମହାନନ୍ଦ, ହିତେଶ ମୁଗ୍ରୀ, ବେଟୁନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.