ସଚେତନ ହେମା ନାଟ୍ୟ ଅନୁଷ୍ଠାନ ତରଫରୁ ବିଶ୍ୱ ନାଟ୍ୟ ଦିବସ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଢୋଲବନ୍ଧ ଗ୍ରାମରେ ଥିବା ସଚେତନ ହେମା ଅନୁଷ୍ଠାନ ତରଫରୁ ବିଶ୍ୱ ନାଟ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ନାଟ୍ୟକାର ରାଜକୁମାର ସାହୁ ବିଶ୍ୱ ନାଟକ ଦିବସର ମହତ୍ୱ କହିବା ସହ ଇଜିପ୍ଟ ଦେଶର ଅଭିନେତ୍ରୀ ସମିହା ଆୟୁବଙ୍କ ଦ୍ୱାରା ପ୍ରେରିତ ତଥା ଡ଼. କେଶରଞ୍ଜନ ପ୍ରଧାନଙ୍କ ଦ୍ୱାରା ଅନୁସୃଜନ ବାର୍ତ୍ତା ପଠନ ହୋଇଥିଲା । ସମସ୍ତ କଳାକାର ନାଟ୍ୟକଳା ପ୍ରତି ପୂର୍ଣ୍ଣ ସମର୍ପିତ ରହି ସମାଜର ମଙ୍ଗଳ କାମନା ପାଇଁ ଶପଥ ନେଇଥିଲେ । ପରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ବିଭାଗ ସହଯୋଗରେ ହୋଇଥିବା ପ୍ରୟୋଜନା ଭିତ୍ତିକ ନାଟ୍ୟ କର୍ମଶାଳାର ସାଧନ କର୍ମୀମାନଙ୍କୁ ସମର୍ଦ୍ଧନା ଦିଆଯାଇଥିଲା । ପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଓ ନାଟକ ‘ଜାଏତ ଭିନ୍‌ ଭିନ୍‌ ମୁନୁଷ୍‌ ଏକ’ ପରିବେଷିତ ହୋଇଥିଲା । କାର୍ଯ୍ୟକ୍ରମରେ ମହେନ୍ଦ୍ର ସାହୁ, ଗଣେଶ ସାହୁ, କୁଳମଣି ପଶାୟତ, ଘନଶ୍ୟାମ ସାହୁ, ହେମନ୍ତ ମହାକୁଡ଼, ଜୟନ୍ତ ସାହୁ, ମୀନକେତନ ସାହୁ, ଭିକ ବରିହା, ରସିକ ବରିହା, ଗୌତମ ସାହୁ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.