ଖାଉଟି କର୍ମଶାଳା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଞ୍ଚଳ ଅନ୍ତର୍ଗତ ତୁଳସୀନଗର ସ୍ଥିତ ଗୋଷ୍ଠୀ ଗୃହଠାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାମାନଙ୍କୁ ନେଇ ବଲାଙ୍ଗିର ଜିଲ୍ଲା ବୈଧମାପ ବିଜ୍ଞାନ ଆନୁକୂଲ୍ୟରେ ଆଦିତ୍ୟ ଏଜୁକେସନାଲ୍‌ ଓ ଚେରିଟେବୁଲ ଟ୍ରଷ୍ଟ ବଲାଙ୍ଗିର ସହଯୋଗରେ ଏକ ଖାଉଟି କର୍ମଶାଳା ଆୟୋଜିତ ହୋଇଯାଇଛି । ଉକ୍ତ କର୍ମଶାଳାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସ୍ଥାନୀୟ କାଉନସିଲର ଗଙ୍ଗାରାମ ଚାନ୍ଦ ଅଂଶଗ୍ରହଣକାରୀଙ୍କୁ କାର୍ଯ୍ୟକ୍ରମର ଆବଶ୍ୟକତା ଉପରେ ବୁଝାଇ ଏଥିରେ ସାମିଲ ହେବା ପାଇଁ ଆହ୍ୱାନ କରିଥିଲେ । ମୁଖ୍ୟବକ୍ତା ଏସ୍‌.କିରନ୍‌ ପ୍ରସାଦ ଅଂଶଗ୍ରହଣକାରୀଙ୍କୁ ଖାଉଟି ଅଦାଲତର କାର୍ଯ୍ୟକାରିତା ଉପରେ ଅବଗତ କରାଇଥିଲେ । ନିରୀକ୍ଷକ ବୈଧମାପ ବିଜ୍ଞାନ ବିଭାଗ ବଲାଙ୍ଗିର କ୍ଷୀତିଶ ରଞ୍ଜନ ଦାସ ବୈଧମାପ ବିଜ୍ଞାନ ବିଭାଗର କାର୍ଯ୍ୟ ପରିସର ତାର ଦାୟିତ୍ୱ ଉପରେ ବୁଝାଇଥିଲେ ଏବଂ ମାପ ଓ ଓଜନର ପ୍ରଦର୍ଶନ କରିଥିଲେ । ସଭାପତି ଅଶୋକ କୁମାର ମେହେର ପରିଚାଳନା ନିର୍ଦ୍ଦେଶକ ବୀଣାପାଣି ଶିକ୍ଷା ସୌଦ ଖାଉଟି କିଏ, ତାର ଦାୟିତ୍ୱ ଓ ଭୂମିକା ଉପରେ ବିଷଦ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଟ୍ରଷ୍ଟର ନିର୍ଦ୍ଦେଶକ ଶଙ୍କର୍ଷଣ ତ୍ରିପାଠୀ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଡଲି ମିଶ୍ର । କାର୍ଯ୍ୟକ୍ରମରେ ବଲାଙ୍ଗିର ପୌରାଞ୍ଚଳର ପ୍ରାୟ ୫୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟାବୃନ୍ଦ ଉପସ୍ଥିତ ଥିଲେ । କର୍ମଶାଳାରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା ଦିଗରେ ସହାୟତା କରିଥିଲେ ବୈଧମାପ ବିଜ୍ଞାନ ବିଭାଗର ସୁବାଷ ଚନ୍ଦ୍ର ଭୋଇ ।

Leave A Reply

Your email address will not be published.