csstore

ଦକ୍ଷିଣା ଶୌଣ୍ଢିକ ସାଂସ୍କୃତିକ ମହାସଂଘର ରଥକୁ ଟିଟିଲାଗଡରେ ଭବ୍ୟ ସ୍ଵାଗତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦକ୍ଷିଣା ଶୌଣ୍ଢିକ ସାଂସ୍କୃତିକ ମହାସଂଘ ପକ୍ଷରୁ ଆସନ୍ତା ଏପ୍ରିଲ ୭ରୁ ୯ ତିନି ଦିବସୀୟ ପଞ୍ଚମ ମହାସଭା କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଲଡୁ ଗାଁଠାରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ସମାଜର ସମସ୍ତଙ୍କୁ ଏକତାର ବାର୍ତ୍ତା ପାଇଁ ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ସ୍ଥାନରେ ବସବାସ କରୁଥିବା ଶୁଣ୍ଢି ସମାଜର ଲୋକଙ୍କ ଗ୍ରାମମାନଙ୍କୁ ଏହି ରଥ ପରିକ୍ରମା କରୁଛି । ଶନିବାର ସକାଳ ୧୦.୩୦ଟା ସମୟରେ ଏହି ରଥ ସ୍ଥାନୀୟ ବିଜୁ ପଟ୍ଟନାୟକ ଛକଠାରେ ପହଞ୍ଚିଥିଲା । ସମାଜର ବହୁତ ପୁରୁଷ, ମହିଳା ଓ ଯୁବ ବର୍ଗ ପୂର୍ବରୁ ଉପସ୍ଥିତ ରହି ଝୋଟି କାଟି ଅପେକ୍ଷା କରିଥିଲେ । ପଥର୍ଲା ଗ୍ରାମରୁ ଏକ ବିରାଟ ବାଇକ୍ ରେଲିରେ ରଥକୁ ଟିଟିଲାଗଡ ଯାଏଁ ଆଣିବା ପରେ ସେଠାରେ ସମାଜ ସଦସ୍ୟଙ୍କ ଦ୍ୱାରା ସ୍ୱାଗତ ସମ୍ୱର୍ଦ୍ଧନା ଦେବା ସହ ରଥରେ ବିରାଜମାନ ଥିବା ମା’ ଦୁର୍ଗାଙ୍କ ଦର୍ଶନ ଲାଭ କରିଥିଲେ । ସମାଜର ସଦସ୍ୟମାନେ ପୁଣି ସେହି ରଥକୁ କତରକେଲା ଯାଏଁ ନେଇ ଛାଡିଥିଲେ । ଏହି ସ୍ୱାଗତ ସମ୍ବର୍ଦ୍ଧନା ଅବସରରେ ପ୍ରଦିପ ସାହୁ, ଆଶିଷ ସାହୁ, ବୀରବର ସାହୁ, ସଞ୍ଜୟ ବେହେରା, ହେମନ୍ତ ସାହୁ, ସୁମନ୍ତ ସାହୁ, ରତ୍ନାକର ସାହୁ, ଅଲେଖ ସାହୁ, ଅଶ୍ଵିନୀ ସାହୁ, ତୁଳସୀ ସାହୁଙ୍କ ସମେତ ସମାଜର ବହୁ ପୁରୁଷଙ୍କ ସମେତ ବହୁ ମହିଳା ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.