csstore

ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ : ବେଲଗାଁ ଦଳ ଚମ୍ପିୟାନ

କଳାହାଣ୍ଡି, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ କର୍ଲାମୁଣ୍ଡା ବସ୍ତି ନିକଟସ୍ଥ ଏକ ପଡିଆରେ ନାରାୟଣ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ପ୍ରଥମ ବାର୍ଷିକ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଗୁରୁବାର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଦ୍ୱିତୀୟ ରାତିରେ ବିଭିନ୍ନ ଅଞ୍ଚଳରୁ ଆଠଟି ଦଳ ଭାଗ ନେଇଥିଲେ । ତେବେ ସେମିଫାଇନାଲ ମ୍ୟାଚଟି ବେଲଗାଁଓ ସରଗୁଲ ମଧ୍ୟରେ ହୋଇଥିବା ବେଳେ ଏଥିରେ ବେଲଗାଁ ଦଳ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚଟି କୁସୁର୍ଲା ଓ ବେଲଗାଁ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନିର୍ଦ୍ଧାରିତ ଓଭରରେ କୁଶୁର୍ଲା ଦଳକୁ ପରାସ୍ତ କରି ବେଲଗାଁ ଦଳ ଚମ୍ପିୟାନ ହୋଇଥିଲା । ବିଜୟୀ ଓ ଉପବିଜୟୀ ଦଳକୁ ନଗଦ ରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ମହେନ୍ଦ୍ର ରଣା, କେସିଙ୍ଗା ବ୍ଲକ କନିଷ୍ଠ ଯନ୍ତ୍ରୀ ପ୍ରକାଶ ଭୋଇ, ପୂର୍ବତନ ସରପଞ୍ଚ ଶଶୀଭୂଷଣ ସାହୁ, ଆଦିବାସୀ ଯୁବ ନେତା ନନ୍ଦି କିଶୋର ଭୋଇ ପ୍ରମୁଖ ଯୋଗ ଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିଥିଲେ । ଟୁର୍ଣ୍ଣାମେଣ୍ଟ ଆୟୋଜନ କମିଟି ସଭାପତି ବିଭୁତି ଭୋଇ, ସମ୍ପାଦକ ସୁଶାନ୍ତ ପଟେଲ, ଏମ୍ପାୟାର ହୀରାମଣି ଭୋଇ, ଶଙ୍କର ସାହୁ, ଭାରତ ଷଡ଼ଙ୍ଗୀ, ମଧୁ ଦାସ, ବିଜୟ ପଟେଲ, ସ୍କୋର ଦାୟିତ୍ୱ ଲିପୁ ସାହୁ, ଧାରା ବିବରଣୀ ଆକାଶ ସାହୁ, ହେମନ୍ତ ପଟେଲଙ୍କ ସମେତ ମା’ ସନ୍ତୋଷୀ ଟେଣ୍ଟ ହାଉସ କର୍ଲାମୁଣ୍ଡା ଲାଇଟ ସାଉଣ୍ଡ ବ୍ୟବସ୍ଥାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.