ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ୍ୟୁ

ପାପଡାହାଣ୍ଡି : ପାପଡାହାଣ୍ଡି- ମିରିଗୁଡା ରାସ୍ତାର ପଥର କୁଆଁରୀ ନିକଟରେ ଶନିବାର ଅଜଣା ଗାଡି ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ବାଘସିଉନି ଗ୍ରାମର ଦିବାକର ପ୍ରଧାନୀ (୪୫) । ପୋଲିସ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ଦିବାକର ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ପଡିରହିଥିବା ବେଳେ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଥିଲା । ପ୍ରାଥମିକ ତଦନ୍ତରୁ ଅଜଣା ଗାଡି ଧକ୍କା ଦେଇ ଚାଲିଯାଇଥିବା ପୋଲିସ ସନ୍ଦେହ କରି ବିଭିନ୍ନ ଛକ ରାସ୍ତା ଆଦି ଯାଞ୍ଚ ଆରମ୍ଭ କରିଛି । ଘଟଣା ସ୍ଥଳରେ ପାପଡାହାଣ୍ଡି ଏସ୍ଡ଼ିପିଓ ଆଦିତ୍ୟ ସେନ, ଆଇଆଇସି ଦୀପକ ଜେନା, ଏସ ଆଇ ଶିବଜି ପଣ୍ଡା, ଏଏସଆଇ ହରିହର ଭତରା, ଏଏସଆଇ ଲାବନ୍ୟ ବେମାଲ ପ୍ରମୁଖ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.