ଗଦାଧର ପୀଠରେ ଲଉଡି ଉତ୍ସବ

ଗରଦପୁର : କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଅନ୍ତର୍ଗତ ବଜ୍ର ଗଦାଧରଙ୍କ ପୀଠରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଯାଦବ ଭାଇମାନଙ୍କ ଦ୍ବାରା ଲଉଡି ଉତ୍ସବ ପାଳନ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ପ୍ରଶାସକ ଶାନ୍ତନୁ ନାୟକ, ସମାଜ ସେବୀ ଶ୍ରୀକାନ୍ତ ନାୟକ, ଗରଦପୁର ସମିତି ସଭ୍ୟ ଦିଲ୍ଲୀପ ପଣ୍ଡା ପ୍ରମୁଖ ଯୋଗ ଦେଇ ଲଉଡ଼ି ଖେଳାଳିଙ୍କୁ ଉତ୍ସାହିତ କରିଥିଲେ । ଏହି ପୀଠଟି ଚିତ୍ରୋତ୍ପଳା ନଦୀ କୂଳରେ ଅବସ୍ଥିତ । ଏହା ପୁଣି ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପାଇଛି । ବ୍ରଜ ଗଦାଧର ହେଉଛନ୍ତି ପଦ୍ମବନ ନେମାଳରେ ଅବସ୍ଥିତ ଅଚ୍ୟୁତାନନ୍ଦଙ୍କ ପୁତ୍ର । ଏହି ଅଞ୍ଚଳରେ ତାଙ୍କର ଅନେକ ମହିମା ଥିବାରୁ ଶ୍ରଦ୍ଧାଳୁମାନେ ଦର୍ଶନ କରିବା ପାଇଁ ଆସିଥାନ୍ତି । କାହିଁ କେଉଁ କାଳରୁ ଏଠାରେ ପବିତ୍ର ହୋଲି ପର୍ବ ଦିନ ବିଭିନ୍ନ ସ୍ଥାନରୁ ରାଧା କୃଷ୍ଣଙ୍କ ଦୋଳ ବିମାନ ଆସିଥାଏ । ଯାଦବ ଭାଇମାନେ ଏଠାରେ ଏକତ୍ରିତ ହୋଇ ଲଉଡି ଖେଳ କରିଥାନ୍ତି । ଏଥିସହ ଗୀତ ମାଧ୍ୟମରେ ରାଧା କୃଷ୍ଣଙ୍କ ପ୍ରେମ ବର୍ଣ୍ଣନା କରିବା ସହ କାଠି ଖେଳ ପ୍ରଦର୍ଶିତ କରି ହଜାର ହଜାର ଦର୍ଶକଙ୍କ ମନୋରଂଜନ କରିଥାନ୍ତି ।

Leave A Reply

Your email address will not be published.