centurian jitm

ଏତଲାକାରୀ ହିଁ ହତ୍ୟାକାରୀ : ବିପୁଲିଙ୍ଗୀ ଗ୍ରାମର ସୁପ୍ରଭା ଚୌଧୁରୀ ହତ୍ୟାକାଣ୍ଡ ଘଟଣାରେ ସ୍ୱାମୀ ରାଧାଶ୍ୟାମ ଚୌଧୁରୀ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ଥାନା ଅନ୍ତର୍ଗତ ବିପୁଲିଙ୍ଗୀ ଗ୍ରାମର ସୁପ୍ରଭା ଚୌଧୁରୀ ହତ୍ୟାକାଣ୍ଡ ଘଟଣାରେ ସ୍ୱାମୀ ରାଧାଶ୍ୟାମ ଚୌଧୁରୀ ଗିରଫ ହୋଇଛନ୍ତି ବୋଲି ଛତ୍ରପୁର ଆଦର୍ଶ ଥାନାରେ ସଂଗଠିତ ପ୍ରେସ-ମିଟ୍‌ରେ କୁହାଯାଇଛି । ଏସ୍‌ଡ଼ିପିଓ ଗୌତ୍ତମ କିଷାନ ଏବଂ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନଙ୍କ ମିଳିତ ବିବୃତ୍ତିରେ କୁହାଯାଇଛି ଯେ, ଏହା ଏକ ପାରିବାରିକ କଳିରୁ ଏହି ହତ୍ୟାକାଣ୍ଡ ଘଟିଯାଇଛି । ଯାହା ପୋଲିସର ସାଇଣ୍ଟିଫିକ ଟିମ୍ ଓ ପୋଲିସ ଅନୁସନ୍ଧାନ କ୍ରମେ ଘଟଣାର ଅଧିକ ତଥ୍ୟ ଉଦ୍ଧାର ହୋଇପାରିଛି । ଏବେ ସୁଦ୍ଧା ଘଟଣାର ତଦନ୍ତ ଜାରି ରହିଛି ।

ପ୍ରକାଶଥାଉକି, ଗତ ୧୬/୨/ ୨୦୨୩ ରିଖରେ ଛତ୍ରପୁର ଥାନା ଅଧିନସ୍ଥ ବିପୁଲିଙ୍ଗୀ ଗ୍ରାମର ସୁପ୍ରଭା ଚୌଧୁରୀଙ୍କୁ ହତ୍ୟା କରାଯାଇଥିବା ବିଷୟରେ ଖବର ପାଇ ପୋଲିସ ଶବ ଜବତ କରିଥିଲା ଏବଂ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା । ଘଟଣା ସମ୍ପର୍କରେ ପୋଲିସ ଉକ୍ତ ମହିଳାଙ୍କ ସ୍ୱାମୀ ଉପରେ ସନ୍ଦେହ ରଖିଥିବା ବେଳେ ଆଜି ତାହା ସତ୍ୟରେ ପ୍ରମାଣିତ ହୋଇଛି ବୋଲି ପୋଲିସ କହିଛି । ହତ୍ୟାକାଣ୍ଡ ଘଟିବାର ୧୩ ଦିନ ପରେ ତାଙ୍କର ନିଜ ଜନ୍ମିତ ପୁଅ ବିଷ ପିଇ ଆତ୍ମହତ୍ୟା କରିଦେଇଥିଲେ । ସମ୍ପର୍କୀୟଙ୍କ ମଧ୍ୟରେ ଅନ୍ୟଜଣଙ୍କ ଦତ୍ତ ପୁତ୍ର ହୋଇଥିବା ଦେବାଶିଷ ପଣ୍ଡା ନିଜ ମାଆର ମୃତ୍ୟୁରେ ଅଧିକ ଅସନ୍ତୋଷ, ଦୁଃଖସନ୍ତାପ ଓ ମା’ଙ୍କ ମୃତ୍ୟୁ ସହ୍ୟ କରିନପାରି ମ୍ରିୟମାଣ ହୋଇଯାଇ ଆତ୍ମହତ୍ୟା କରିଥିବା କୁହାଯାଉଛି ।

Leave A Reply

Your email address will not be published.