ଓଡ଼ିଆ ମହାଭାରତର ରଚୟିତା ଧରାକୋଟ ରାଜା କୃଷ୍ଣ ସିଂହଙ୍କ ୨୯୫ତମ ଜୟନ୍ତୀ ଉତ୍ସବ ପାଳିତ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଆ ମହାଭାରତର ରଚୟିତା ଧରାକୋଟ ରାଜା କୃଷ୍ଣ ସିଂହଙ୍କ ୨୯୫ତମ ଜୟନ୍ତୀ ଉତ୍ସବ ମହାସମାରୋହରେ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ନବୀନ ଭବନ ପରିସରରେ ପାଳିତ ହୋଇଯାଇଛି । ନବୀନର ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ରବି ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଓଡ଼ିଶାର ସ୍ୱନାମଧନ୍ୟ କବି, ସାହିତ୍ୟିକ କୃଷ୍ଣଚନ୍ଦ୍ର ତ୍ରିପାଠୀ ଯୋଗଦେଇ ଏକ ସାରଗର୍ଭକ ଭାଷଣରେ ରାଜ କବି କୃଷ୍ଣ ସିଂହ ଅଦ୍ୱିତୀୟ ପୁରାଣ ସାହିତ୍ୟର ସ୍ରଷ୍ଟା ଅଟନ୍ତି, ବ୍ୟାସଦେବଙ୍କ ଦ୍ୱାରା ରଚିତ ସଂସ୍କୃତ ମହାଭାରତର ଅବିକଳ ସରଳ ସରସ ସୁଖଦ ଅନୁବାଦ ରାଜ କବି କୃଷ୍ଣ ସିଂହ ମହାଭାରତରେ ପରିଦୃଷ୍ଟ ହୁଏ, ଯାହା ଅମୂଲ୍ୟ ଓ ଲୋକପ୍ରିୟ ବୋଲି କହିଥିଲେ ।
ଏଠାରେ ଉଲ୍ଲେଖ କରାଯାଇପାରେ, ଶାସକ ରାଜା ନିଜର ଭୋଗ ବିଳାସ ତ୍ୟାଗ କରି ସାହିତ୍ୟାନୁରାଗି ହୋଇଥିବା ବିରଳ ଦୃଷ୍ଟାନ୍ତ । ଆଜି ସେ ନାହାନ୍ତି, କିନ୍ତୁ ତାଙ୍କ ଦ୍ୱାରା ଲିଖିତ ମହତ୍‌ ନୀତି ଗୁଡ଼ିକ ସମାଜ ଉପରେ ଗଭୀର ରେଖାପାତ କରିଛି । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡ଼. ଡ଼ମ୍ବରୁଧର ସାହୁ, ଗଞ୍ଜାମ କଲେଜର ଓଡ଼ିଆ ବିଭାଗ ମୁଖ୍ୟ ପ୍ରାଧ୍ୟାପକ ଲକ୍ଷ୍ମୀ ନାରାୟଣ ପଣ୍ଡା, ପ୍ରଫେସର ସନ୍ତୋଷ କୁମାର ଦାଶ, ପ୍ରଫେସର ରମେଶ ଚନ୍ଦ୍ର ତ୍ରିପାଠୀ, କବି ହୃଷିକେଶ ଦାଶ, ଡ଼ା. ସାଗର ରଞ୍ଜନ ତ୍ରିପାଠୀ ପ୍ରମୁଖ ଅତିଥି ଭାବେ ଯୋଗଦେଇ ରାଜ କବି କୃଷ୍ଣ ସିଂହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ସଭାପତି ଶ୍ରୀ ରଥ ନବୀନ ଅନୁଷ୍ଠାନ ତାର ପୂଜ୍ୟ ପୂଜାର ପରମ୍ପରା ବଜାୟ ରଖି ବିଭିନ୍ନ ସମୟରେ ବହୁ ମହାପୁରୁଷଙ୍କ ସମ୍ପର୍କରେ ଆଲୋଚନା ଜାରି ରଖିଛି । ଶ୍ରୀ ରଥ କହିଲେ ଏକଦା କୃଷ୍ଣ ସିଂହଙ୍କ ରଚିତ ମହାଭାରତ ଓଡ଼ିଶାର ଘରେ ଘରେ ପରିଚିତ ଥିଲା । ଗଞ୍ଜାମ ଜିଲ୍ଲା ଭାଷା ସାହିତ୍ୟ ସଂସ୍କୃତିରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କବି ପ୍ରମୋଦ କୁମାର ପଣ୍ଡା, ନବୀନର ପ୍ରକାଶିକା ମଞ୍ଜୁ ରଥ, ଅବସରପ୍ରାପ୍ତ ବ୍ୟାଙ୍କ ମ୍ୟାନେଜର ଗଙ୍ଗାପାଣି ସାହୁ, ଅବନ୍ତି ସାହୁ, ସୁଶାନ୍ତ କୁମାର ସାସମଲ, ପବିତ୍ର କୁମାର ଚୌଧୁରୀ, ସମାଜସେବୀ ରାମକୃଷ୍ଣ ପାତ୍ର, ବିଜୟ କୁମାର ପାଢ଼ୀ, ରଞ୍ଜନ କୁମାର ସାହୁ, କବୟିତ୍ରୀ ଅମିତା ମିଶ୍ର, ସୁରଜିତ କୁମାର ରାଉଳ, ମନୋଜ କୁମାର ପାଢ଼ୀ ପ୍ରମୁଖ ଉପସ୍ଥିତ ଥିଲେ । ଇଂ. ମାନସ ରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁଷ୍ଠାନର ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି ସ୍ୱାଗତ ଭାଷଣ ଦେଇଥିବା ବେଳେ ଅନ୍ୟତମ ସମ୍ପାଦିକା ବନ୍ଦନା ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

4 − 4 =