ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଂସ୍କୃତ ପରିଷଦର ମାସିକ ଅଧିବେଶନ ଗୋପାଳଜୀ ମନ୍ଦିର ପ୍ରାଙ୍ଗଣରେ ନାମଯଜ୍ଞ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ମଙ୍ଗଳାଚରଣ ପାଠ ପରେ ଗତ ଅଧିବେଶନର ବିବରଣୀ ପାଠ କରିଥିଲେ । ମୁଖ୍ୟବକ୍ତା ସତ୍ୟବନ୍ତ ବେଦବାକ ଭାଗବତ ଗୀତାର ଦ୍ୱାଦଶ ସ୍କନ୍ଧର ତ୍ରୟୋଦଶ ଅଧ୍ୟାୟ ସ୍ଥିତ ୧୨ ଶ୍ଲୋକରୁ ୨୦ ଶ୍ଲୋକ ପର୍ଯ୍ୟନ ଆବୃତ୍ତି କରି ଭଗବାନଙ୍କ ପ୍ରିୟ କିଏ ଏହି ବିଷୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ସମ୍ପାଦକ ତଥା ଆଇନଜୀବୀ ଜୟରାମ ମିଶ୍ର ଶାନ୍ତିପାଠ କରିଥିଲେ । ଆସନ୍ତା ଅଧିବେଶନର ମୁଖ୍ୟବକ୍ତା ଭାବେ କରୁଣାକର ପାଣିଗ୍ରାହୀଙ୍କୁ ଦେବୀକୃପା ସମ୍ବନ୍ଧରେ ବକ୍ତବ୍ୟ ରଖିବା ପାଇଁ ପ୍ରସ୍ତାବ ରଖାଯାଇଛି । ପଣ୍ଡିତ ଟିକେଶ୍ୱର ଗୁରୁ ପରିଷଦର ବିକାଶ ନିମନ୍ତେ ଉତ୍ସାହ ପ୍ରଦାନ କରିଥିଲେ । ଅଧିବେଶନରେ ଆହ୍ଲାଦ କୁମାର ପୂଜାରୀ, ରାଧାକାନ୍ତ ମିଶ୍ର, କିଶୋର ମୋହନ ମିଶ୍ର, ନିଳମଣି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । ସହସଂପାଦକ ରାଜ କିଶୋର ପଣ୍ଡା ସମସ୍ତଙ୍କୁ ଆନୁଷ୍ଠାନିକ ଭାବେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.