ବ୍ରହ୍ମପୁରଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରେମ’ର ୪୦ ବର୍ଷ ପୂର୍ତ୍ତି ଉତ୍ସବ ସମାରୋହ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରେମ’ର ୪୦ ବର୍ଷ ପୂର୍ତ୍ତି ଉତ୍ସବ ସମାରୋହ ପାଳିତ ହୋଇଯାଇଛି । ଆଦିବାସୀ, ଦଳିତ, ନିଷ୍ପେସିତ ଏବଂ ଅବହେଳିତ ଜନତାଙ୍କ ସାମାଜିକ, ଆର୍ଥିକ, ଥଇଥାନ, ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ କ୍ଷେତ୍ରରେ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରେମ’ର ଅବଦାନ ଅତୁଳନୀୟ ବୋଲି ମତପ୍ରକାଶ ପାଇଛି । ୪୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ବିଧାୟକ ଦାଶରଥି ଗମାଙ୍ଗ, ନାରାୟଣ ରାଓ, ସିପିଏମ ନେତା ଅଳି କିଶୋର ପଟ୍ଟନାୟକ, ସାପ୍ତାହିକ ଖବରକାଗଜ ‘ନବୀନ’ର ସମ୍ପାଦକ ରବି ରଥ, ସଭାପତି ଡା. ଜାକୋବ ଥୁନ୍ଡିଲ ପ୍ରମୁଖ ଯୋଗ ଦେଇ ‘ପ୍ରେମ’ ଅନୁଷ୍ଠାନର ସଫଳ କାମନା କରିଥିଲେ ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମୋହନାରେ ବସବାସ କରୁଥିବା ଦଳିତ, ନିଷ୍ପେସିତ ଏବଂ ଅବହେଳିତ ଜନତାଙ୍କ ସାମାଜିକ, ଆର୍ଥିକ, ଶିକ୍ଷା, ସ୍ୱାସ୍ଥ୍ୟର ବିକାଶ କ୍ଷେତ୍ରରେ ଭାରତ ବର୍ଷର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରେମ’ର ଅବଦାନ ଅତୁଳନୀୟ ବୋଲି ଦୀର୍ଘ ୪ ଦଶନ୍ଧି ଧରି ମୋହନାରୁ କାର୍ଯ୍ୟ ଆରମ୍ଭ କରିଥିବା ପୂର୍ତ୍ତି ଅବସରରେ ଗତ ୧୯ ତାରିଖରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ଉପରୋକ୍ତ ମନ୍ତବ୍ୟ ଦେବା ସହିତ ଅନୁଷ୍ଠାନର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।
‘ପ୍ରେମ’ ସଭାପତି ଡ. ଜାକୋବ ଥୁନ୍ଡିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ‘ପ୍ରେମ’ ସହିତ ଦୀର୍ଘ ଦିନର ସଂପର୍କ ଏବଂ ତାଙ୍କର କାର୍ଯ୍ୟକଳାପ ଉପରେ ଭୂୟସୀ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ମୋହନା ବିଧାୟକ ଦାଶରଥି ଗମାଙ୍ଗ ସ୍ୱେଚ୍ଛାସେବୀ ସଂଗଠନ ଗୁଡ଼ିକ କିପରି ଆନ୍ତରିକତାର ସହ କାର୍ଯ୍ୟ କରି ଜନତାଙ୍କ ନିକଟତର ହୋଇପାରିଛନ୍ତି ସେ ବିଷୟରେ ଆଲୋକପାତ କରିଥିଲେ । ସିପିଆଇ ସାଧାରଣ ସମ୍ପାଦକ ଅଳି ପଟ୍ଟନାୟକ ‘ପ୍ରେମ’ ସଭାପତି ଓ ତାଙ୍କ ‘ପ୍ରେମ’ ପରିବାରର ତ୍ୟାଗ, ଉତ୍ସର୍ଗୀକୃତ ମନୋଭାବ ଯୋଗୁଁ ଏହି ସଂଗଠନ ୪୦ ବର୍ଷରେ ପହଞ୍ଚି ପାରିଛି ବୋଲି କହିଥିଲେ । ନବୀନର ସଂପାଦକ ରବି ରଥ ତାଙ୍କ ଭାଷଣରେ ‘ପ୍ରେମ’ ୪୦ ବର୍ଷ ତଳୁ ଯେଉଁ ସବୁ କାର୍ଯ୍ୟକ୍ରମ କରି ଆରମ୍ଭ କରିଥିଲା । ତାହା ବର୍ତ୍ତମାନ ସରକାର ଅନୁସରଣ କରି କାର୍ଯ୍ୟକାରୀ କରୁଛନ୍ତି । ତତ୍ପରେ ‘ପ୍ରେମ’ର ସଂପାଦକ ଡ. ଚାକୋ ପୁରୁଭାନାନି ପ୍ରେମର ଇତିହାସ ସଂପର୍କରେ ସୂଚନା ଦେଇଥିଲେ । ଭାଲେରିଆନ ଡି ଲିମା ସଂଗଠନର ବାର୍ଷିକ ବିବରଣୀ ପାଠ କରିଥିଲେ ଓ ରତନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.