oom

କୁଚିଆ ମଦ ବିକ୍ରି କରୁଥିବା ୨ ଜଣଙ୍କୁ ଗିରଫ୍‌ କଲା ବଲାଙ୍ଗିର ଟାଉନ ପୁଲିସ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଲିସର କ୍ରିମିନାଲ୍‌ କ୍ଲିନ୍‌ ଅଭିଯାନ ଦେଶୀ ବିଦେଶୀ ବେଆଇନ କୁଚିଆ ମଦ ବିକାଳିଙ୍କୁ ମଧ୍ୟ ମହଙ୍ଗା ପଡ଼ିଛି । ପୋଲିସର ଧୂଆଁଧାର୍ ଧର୍‌ପଗଡ଼ ଓ ଚଢ଼ାଉ ଯୋଗୁଁ ବେଆଇନ କୁଚିଆ ମଦ ବେପାରୀମାନେ ବି ଛାନିଆଁ ହୋଇ ପଡ଼ିଥିବା ବେଳେ ଆଜି ଏହି ମାମଲାରେ ୨ ଜଣଙ୍କୁ ଗିରଫ୍‌ କରିଛି ବଲାଙ୍ଗିର ଟାଉନ ପୁଲିସ । ଏ ସଂକ୍ରାନ୍ତରେ ସୂଚନା ଦେଇଛନ୍ତି ଟାଉନ ଥାନା ଆଇଆଇସି କେ. ପ୍ରିୟଙ୍କା ରାଉତରାୟ । ସୂଚନା ଅନସାରେ ଗାନ୍ଧୀନଗରପଡାର ଅନିଲ ବାଗ(୪୦)ଙ୍କୁ ଗିରଫ୍‌ କରି ତାଙ୍କ ଠାରୁ ୧୦୦ ଗୋଟି ମଦ ପାଉଚ ଜବତ୍‌ କରାଯାଇଥିବା ବେଳେ କଦମପଡା ନିକଟସ୍ଥ ପେଟ୍ରୋଲ ପମ୍ପ ପାଖରେ ଗାନ୍ଧୀ ନାଗ(୩୫)ଙ୍କୁ ଗିରଫ୍‌ କରି ତାଙ୍କଠାରୁ ୧୫୦ ଗୋଟି ପାଉଚ ଜବତ୍‌ କରାଯାଇଛି । ଉଭୟ ଅଭିଯୁକ୍ତଙ୍କୁ ମାନ୍ୟବର ଅଦାଲତଙ୍କ ସମ୍ମୁଖରେ ହାଜର କରାଯାଇଥିବା ସୂଚନାରେ କୁହାଯାଇଛି ।

jittmm
Leave A Reply

Your email address will not be published.