ଶ୍ରୀଜିଉଙ୍କ ବଡମହାସ୍ନାନ

ପୁରୀ : ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ବଡମହାସ୍ନାନ ହୋଇଛି । ସକାଳ ଧୂପ ପରେ ଜଣେ ଭକ୍ତ ଭିତରକାଠ ନିକଟରେ ବାନ୍ତି କରିଦେଇଥିଲେ । ତେଣୁ ସକାଳ ଧୂପ ପ୍ରସାଦ ବାହାରି ପାଣି ପଡି ଭୋଗ ମଣ୍ଡପ ଓ ମଇଲମ ପରେ ପ୍ରଭୁଙ୍କର ଦିନ ୧ଟା ବେଳେ ବଡ ମହାସ୍ନାନ ହୋଇଥିଲା । ପରେ ଧୁଆ ଧୋଇ ହୋଇ ଚୂନ ପାଣି ପଡିଥିଲା । ମହାସ୍ନାନ ପୂଜା ହେବାପରେ ୧ଟା ୩୫ରେ ମହାସ୍ନାନ ଶେଷ ହୋଇଥିଲା । ତେଣୁ, ମଧ୍ୟାହ୍ନରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିଲେ । ମହାସ୍ନାନ ପରେ ଦର୍ଶନ ସ୍ୱାଭାବିକ ହୋଇଥିଲା ।

Leave A Reply

Your email address will not be published.