csstore

ତହଁକ୍ ସାହିତ୍ୟ କୁଟୁମ ତରଫରୁ ବିଶ୍ୱ ମାତୃଭାଷା ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଯାଦବ ଭବନଠାରେ ଗତକାଲି ସନ୍ଧ୍ୟାରେ ତହଁକ୍ ସାହିତ୍ୟ କୁଟୁମ ତରଫରୁ ବିଶ୍ୱ ମାତୃଭାଷା ଦିବସ ଅବସରରେ ପ୍ରାଥମିକ ‘ଶିକ୍ଷାରେ ମାତୃଭାଷାର ଆବଶ୍ୟକତା’ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଶିଶୁ ସାହିତ୍ୟିକ ଗୋପୀନାଥ ଦଣ୍ଡସେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କୋଶଲୀ କବି ଗବେଷକ ରାମଭକ୍ତ ଫରିକାର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୋଶଲୀ ଭାଷା ସୁରକ୍ଷା ପାଇଁ ରକ୍ତ ଦେବାକୁ ପଡ଼ିବ ବୋଲି ମତ ରଖିଥିଲେ । ମୁଖ୍ୟ ବକ୍ତା ଭାବେ ସାମ୍ବାଦିକ ବିରେନ୍ଦ୍ର ଝାଙ୍କର ଯୋଗଦେଇ ଭାଷା ବଞ୍ଚିବାକୁ ହେଲେ ପ୍ରଶାସନିକ ଓ ଶିକ୍ଷା କ୍ଷେତ୍ରରେ ବ୍ୟବହାର କରିବାକୁ ପଡ଼ିବ ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ କବି ମଧୁସୂଦନ ନାୟକ ଯୋଗଦେଇ ଭାଷା ବଞ୍ଚିଲେ ସଂସ୍କୃତି ବଞ୍ଚେ ବୋଲି କହିଥିଲେ । ତହଁକ୍ ସମ୍ପାଦକ ରାଜେଶ୍ ଦଣ୍ଡସେନା ସ୍ଵାଗତ ଭାଷଣ ଦେଇଥିବା ବେଳେ ଯୁବକବି ଅର୍ଜୁନ କୁମାର ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ସାମ୍ବାଦିକ ମୁକେଶ ବହିଦାର, ସାମ୍ବାଦିକ ବିଭୁ କଲ୍ୟାଣ ଗଡତ୍ୟା, ସାମ୍ବାଦିକ ଅରୁଣ ମିଶ୍ର, ଗବେଷିକା ସୀମାରାଣୀ ରଥ, ଗୀତିକାର କପିଳେଶ୍ୱର ଖମାରୀ, ଉଦ୍‌ଘୋଷିକା ମାନସୀ ସାହୁ, କବି ଧର୍ମେନ୍ଦ୍ର ପଧାନ, ସୋନାଲି ପାଢ଼ୀ, ରଶ୍ମୀ ପାତ୍ର, ଶୁଭ୍ରାଂଶୁ ଶେଖର ପଣ୍ଡା, ଉମେଶ ବିଶ୍ଵାଳ ଯୋଗଦେଇ କୋଶଲୀ ଭାଷା ଉପରେ ନିଜ ମତ ରଖିଥିଲେ । ଶେଷରେ ସଂଗଠକ ପ୍ରଶାନ୍ତ ମହାକୁଡ ଧନ୍ୟବାଦ୍ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.