ମହିମୁଣ୍ଡାର ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନ କଲେ ଜିଲ୍ଲାପାଳ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମହିମୁଣ୍ଡା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନ କଲେ ଜିଲ୍ଲାପାଳ ଚଞ୍ଚଳ ରାଣା । ଜିଲ୍ଲାପାଳ ଶ୍ରୀ ରାଣା ସ୍କୁଲକୁ ପରିଦର୍ଶନ କରି ସ୍କୁଲରେ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ଭାବେ ନିର୍ମିତ ବ୍ୟାଡ଼ମିଣ୍ଟନ କୋର୍ଟକୁ ଉଦ୍‌ଘାଟନ କରିଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ସହ ଖେଳିଥିଲେ ଜିଲ୍ଲାପାଳ । ପରେ ସ୍କୁଲରେ ଗୋଟିଏ କମ୍ପ୍ୟୁଟର ଲେବର ମଧ୍ୟ ଶୁଭାରମ୍ଭ କରିଥିଲେ ଓ ସ୍କୁଲର ବିଭିନ୍ନ ପ୍ରକାରର ସମସ୍ୟା ଉପରେ ଅବଗତ ହୋଇଥିଲେ ।

Leave A Reply

Your email address will not be published.