୨୭ କେଜି ଗଞ୍ଜେଇ ଜବତ, ୨ ଗିରଫ

ଝାରସୁଗୁଡ଼ା : ଝାରସୁଗୁଡ଼ା ରେଳ ଷ୍ଟେସନରୁ ଅବକାରୀ ପୋଲିସ ୨୭ କେଜି ଗଞ୍ଜେଇ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଅନୁଗୁଳ ମଣିକପୁର ଗ୍ରାମର ବିନୋଦ କୁମାର ଗୁପ୍ତା(୫୫) ଓ ମଦନ ପାତ୍ର (୨୪) । ସୂଚନା ଅନୁସାରେ ଟ୍ରେନ ମାଧ୍ୟମରେ ଅଭିଯୁକ୍ତ ଦ୍ବୟ ଗଞ୍ଜେଇ ଚାଲାଣ କରିବା ଉଦେଶ୍ୟରେ ୨୭ କେଜି ଗଞ୍ଜେଇ ସହ ଝାରସୁଗୁଡା ରେଳ ଷ୍ଟେସନରେ ଥିଲେ । ଏନେଇ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଝାରସୁଗୁଡ଼ା ରେଳବାଇ ପୋଲିସ୍ ଏବଂ ଚକ୍ରଧରପୁର ସିଆଇବି ଦଳ ଓ ଜିଲ୍ଲା ଅବକାରୀ ବିଭାଗ ମିଳିତ ଚଢାଉ କରି ସେମାନଙ୍କୁ ଗିରଫ କରିବା ସହ ୨୭ କେଜି ଗଞ୍ଜେଇ ଜବତ କରିଥିଲା । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ୭୦ ହଜାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଗିରଫ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମାଲା ରୁଜୁ କରି କୋର୍ଟ ଚାଲାଣ କରିଛି । ଅବକାରୀ ବିଭାଗ ଜିଲ୍ଲା ଅବକାରୀ ଅଧିକ୍ଷକ ଦିଲିପ କୁମାର ପଳେଇଙ୍କ ନିର୍ଦେଶ କ୍ରମେ ଜିଲ୍ଲା ଭାମ୍ୟମାର ସଂସ୍ଥା ଅବକାରୀ ବିଭାଗ ଇନ୍ସପେକ୍ଟର ଖିତିସ ଦାସ, ସବଇନ୍ସପେକ୍ଟର ଚିନ୍ମୟ କୁମାର ଦଳେଇ, କନେଷ୍ଟବଳ ହେମାନନ୍ଦ ଓରାମ, ସୁଶୀଲ ମିର୍ଦ୍ଧା, ବିଜୟ କୁମାର ସାହୁ, କୈବଲ୍ୟ ସାହୁ, ପୂଜା ଡନସନା ପ୍ରମୁଖ ଏହି ଚଢାଉରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.