ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ଆଜି ସନ୍ଧ୍ୟାରେ ବସିବ ଛତିଶା ନିଯୋଗ ବୈଠକ

ପୁରୀ : ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି ନିର୍ଘଣ୍ଟ ନେଇ ମଙ୍ଗଳବାର ସନ୍ଧ୍ୟା ୫ଟାରେ ବସିବ ଛତିଶା ନିଯୋଗ ବୈଠକ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ବୈଠକରେ ପୁରୀ ଜିଲ୍ଲାପାଳ ତଥା ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ସମର୍ଥ ବର୍ମା, ଏସ୍‌ପି ଡ. କନୱର ବିଶାଳ ସିଂ, ଶ୍ରୀମନ୍ଦିର ନୀତି ଓ ଉନ୍ନୟନ ପ୍ରଶାସକଙ୍କ ସହ ଛତିଶା ନିଯୋଗର ସେବାୟତ ପ୍ରତିନିଧିମାନେ ବୈଠକରେ ଯୋଗ ଦେବେ । ଆସନ୍ତା ୬ ତାରିଖରେ ମେଣ୍ଢା ପୋଡ଼ି ଓ ୭ରେ ଦୋଳପୂର୍ଣ୍ଣିମା ଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ୱତନ୍ତ୍ର ନୀତି କାନ୍ତି ଅନୁଷ୍ଠିତ ହେବ । ଏଥିପାଇଁ ଛତିଶା ନିଯୋଗ ବୈଠକରେ ନୀତି କାନ୍ତି ଚୂଡାନ୍ତ ହେବ ।

Leave A Reply

Your email address will not be published.