କୂଅରେ ପଡ଼ି ନାବାଳକ ମୃତ

ଜଙ୍କିଆ : ଜଙ୍କିଆ ଥାନା ଅନ୍ତର୍ଗତ ରମାବିଲି ଗାଁ ନିକଟରେ କୂଅରେ ପଡ଼ି ଜଣେ ୯ ବର୍ଷ ନାବାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣଙ୍କ ଜଙ୍କିଆ ଗ୍ରାମର ବାୟା ବେହେରାଙ୍କ ନାତି ବବୁଲ ବୋଲି ଜଣାପଡିଛି । ସୂଚନା ଅନୁସାରେ, ନାବାଳକ ଜଣଙ୍କ ନିଜ ପରିବାର ଲୋକଙ୍କ ସହ ଜାଗର ଲାଗି ଦୀପ ଜାଳିବାକୁ ରମାବିଲି ମନ୍ଦିରକୁ ଯାଇଥିଲେ । ବାଳକ ଜଣକ ଜାଣିନପାରି ମନ୍ଦିର ନିକଟରେ ଥିବା ଏକ କୂଅରେ ଖସିପଡ଼ିଥିଲା ବେଳେ ତାଙ୍କୁ ସ୍ଥାନୀୟ ଉଦ୍ଧାର କରି ଖୋର୍ଦ୍ଧା ମେଡିକାଲକୁ ପଠାଇଥିବା ବେଳେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି । ନାବାଳକ ଜଣକ ଖେଳୁଥିବା ବେଳେ କୂଅରେ ପଡ଼ି ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି । ଖବର ପାଇ ଜଙ୍କିଆ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖଛି । ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି ପୋଲିସ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି । ନାବାଳକଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Leave A Reply

Your email address will not be published.