oom

କହିଥିଲେ, କଥା ରଖିଲେ ପୌରାଧ୍ୟକ୍ଷା

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : କହିଥିଲେ, କଥା ରଖିଲେ ପୌରାଧ୍ୟକ୍ଷା । ମହାରାଣୀ ସାଗର ଅଂଚଳରେ ଉଚ୍ଛେଦ ହେବାକୁ ଥିବା ୧୫ଟି ପରିବାରର ଲୋକଙ୍କୁ ପୂର୍ବରୁ ଜାଗା ମିଶନ ଜରିଆରେ ଘର ପ୍ରଦାନ କରାଯାଇ ସାରିଥିବା ବେଳେ ପୂର୍ବ ପ୍ରତିଶୃତି ଅନୁସାରେ ଆଜି ଚାରିମାସର ଘରଭଡ଼ା ଦେବା ପାଇଁ ବଲାଙ୍ଗିର ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁ ସଂପୃକ୍ତ ଅଂଚଳରେ ପହଂଚି ନିଜ କଥା ରଖିଛନ୍ତି । ଆଜିର ପବିତ୍ର ଶିବରାତ୍ରି ଅବସରରେ ମହାରାଣୀ ସାଗର ଅଂଚଳର ୧୫ଟି ଗରିବ ପରିବାର ଲୋକଙ୍କୁ ୪ ମାସର ଘରଭଡା ବାବଦରେ ପ୍ରତ୍ୟେକ ପରିବାରକୁ ୧୨୦୦୦ ଟଙ୍କା ଲେଖାଏଁ ଚେକ୍ ଆକାରରେ ପ୍ରଦାନ କରିଛନ୍ତି । ପବିତ୍ର ଶିବରାତ୍ରି ଦିନ ପ୍ରଶାସନ ପକ୍ଷରୁ ଏହି ଅନୁଦାନ ପାଇବା ପରେ ବିସ୍ଥାପିତଙ୍କ ମଧ୍ୟରେ ଖୁସିର ବାତାବରଣ ଦେଖିବାକୁ ମିଳିଛି । ଆଜିର ଏହି ଥଇଥାନ ବ୍ୟବସ୍ଥା ରାଜ୍ୟରେ ପ୍ରଥମ ଥର ପାଇଁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତ କାଉନସିଲର ଓ ଅଧ୍ୟକ୍ଷା ଭୁରି ଭୁରି ପ୍ରଶଂସା କରିଛନ୍ତି । ବଲାଙ୍ଗିର ଜିଲ୍ଲାପାଳ ମଧ୍ୟ ଏହି ବିସ୍ଥାପିତ ପରିବାରଙ୍କୁ ୩୦୦୦ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ସ୍ଥିର କରିଥିବା ପୌର ଅଧ୍ୟକ୍ଷା ଶ୍ରୀମତୀ ସାହୁ ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.