csstore

ପଦ୍ମପୁର ଟାଉନ କ୍ଲବରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ମୂରଲୀକ୍ରିଷ୍ଣା ଫାଉଣ୍ଡେସନ ଓ ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ବରଗଡ଼ ଏବଂ ଟାଉନ କ୍ଲବ ପଦ୍ମପୁରର ମିଳିତ ସହଯୋଗରେ ଟାଉନ କ୍ଲବ ପରିସରରେ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ବିକାଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଚେଆରମାନ ଡି. ମୂରଲୀ କ୍ରିଷ୍ଣା ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପଦ୍ମପୁର ଟାଉନ କ୍ଲବର ସଭାପତି ଶିରିଷ ବହିଦାର, ଉପସଭାପତି ଲାଲ ବିହାରୀ ମିଶ୍ର, ସମ୍ପାଦକ ପ୍ରତାପ ମିଶ୍ର, କୋଷାଧ୍ୟକ୍ଷ ଗୋବିନ୍ଦ ଅଗ୍ରୱାଲ, କ୍ଲବ ଓ ହସ୍ପିଟାଲର ଅନ୍ୟାନ୍ୟ ସଭ୍ୟମାନଙ୍କ ଉପସ୍ଥିତିରେ ଶିବିରକୁ ଉଦ୍‌ଘାଟନ କରିଥିଲେ । ଡା.ସନ୍ତୋଷ ଟେଟେ(ମେଡ଼ିସିନ), ଡା. ପ୍ରଭାକାର ତ୍ରିପାଠୀ(ଅସ୍ଥିଶଲ୍ୟ), ଡା. ଇପସିତା ଦେବତା(ଚର୍ମରୋଗ), ଡା. ମନୋଜ କୁମାର ସାହୁ(ମୂତ୍ରରୋଗ), ଡା.ଶ୍ୱେତା ପଟ୍ଟନାୟକ(ଦନ୍ତରୋଗ), ଡା. ରାଜେଶ କୁମାର ଷଡ଼ଙ୍ଗୀ(ଇ.ଏନ. ଟି.), ଓ ଡା. ସୁଧାଂଶୁ ଶେଖର ଭୋଇ(କିଡନୀ ରୋଗ) ବିଶେଷଜ୍ଞମାନେ ବିଭିନ୍ନ ରୋଗୀଙ୍କୁ ପରାମର୍ଶ ତଥା ପରୀକ୍ଷା କରିଥିଲେ । ଏହି ଶିବିରରେ ବିଭିନ୍ନ ବିଭାଗରେ ୯୧୨ ଜଣ ରୋଗୀଙ୍କର ଚିକିତ୍ସା କରାଯାଇଥିଲା ଓ ମାଗଣା ଔଷଧ ମଧ୍ୟ ଦିଆଯାଇଥିଲା ଏଥିରେ ସହଯୋଗ କରିଥିଲେ ସୋହବ ରାଜା ଓ ଜୁବୁଲି ପଣ୍ଡା । ବିକାଶ ହସ୍ପିଟାଲର ସୁକାନ୍ତ ପ୍ରଧାନ, ସବ୍ୟସାଚୀ ରାୟ ଓ ନର୍ସିଂ ଷ୍ଟାଫ ସହ ଅନ୍ୟାନ୍ୟ କର୍ମଚାରୀ ଏଥିରେ ସହଯୋଗ କରିଥିଲେ । ଶିବିରକୁ ଟାଉନ କ୍ଲବର ପ୍ରିତେଶ ବହିଦାର, ଅଶୋକ କୁମାର ମିଶ୍ର, ସୁନୀଲ ଅଗ୍ରୱାଲ, କୁନାଲ ପାଣିଗ୍ରାହୀ, ନରେଶ ସୁନ୍ଦର ସାହୁ, ଅମିତ ଗର୍ଗ, ଦିନେଶ ବାରିକ, ଯୁଗଳ ସାହୁ, ଅଖିଳ ପଟନାୟକ, ଦୀପକ ବାରିକ, ମଣ୍ଟୁ ପାଣ୍ଡେ, ସୋମେଶ ମହାନ୍ତି, ଆଦର୍ଶ ନାଥ, ମନୀଷ ରଥ, ଶୋଇବ ରାଜା, ଚିନୁ ସାମଲ, ବାରିଶ ରାଜା ଓ ଅନ୍ୟାନ୍ୟ ସଭ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

jayashree
Leave A Reply

Your email address will not be published.